Puri 3 e1773154834558 300x165

ବାଂଲାଦେଶରେ ନିର୍ଯାତିତା ଓଡ଼ିଆ ଝିଅ, ଉଦ୍ଧାର କରିବାକୁ ସରକାରଙ୍କୁ ପରିବାରର ନିବେଦନ

Spread the love

ପୁରୀ : ପୁରୀରେ ଲଭ୍ ଜିହାଦ। ବାଂଲାଦେଶରେ ନିର୍ଯାତିତା ଓଡ଼ିଆ ଝିଅ । ଶ୍ରୀକ୍ଷେତ୍ରରେ କାନ୍ଦୁଛି ଝିଅର ମାଆ। ଝିଅକୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ପରିବାରର ନିବେଦନ ।  ବେଙ୍ଗଲି ବୋଲି କହି ଆପ ଜରିଆରେ ଝିଅକୁ ପ୍ରେମରେ ଫସାଇ ଥିଲେ । ପରେ ପଶ୍ଚିମବଙ୍ଗରୁ ବାଙ୍ଗଳାଦେଶରେ ନେଇ ରଖିଥିବା ଅଭିଯୋଗ ।  ସବୀର ନାମକ ଯୁବକ ଏଭଳି କରିଥିବା ଅଭିଯୋଗ ହୋଇଛି ।

ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ପୁରୀ ଜିଲ୍ଲା ପୋଲିସ ପ୍ରଶାସନ। ସ୍ପେଶାଲ ବ୍ରାଞ୍ଚ ମାଧ୍ୟମରେ ହାଇ କମିଶନରଙ୍କ ସହଯୋଗରେ ପୀଡ଼ିତାଙ୍କୁ ଉଦ୍ଧାର କରିବା ପାଇଁ ପୁରୀ ପୋଲିସ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ପୁରୀ ଏସପି ପ୍ରତୀକ ସିଂହ କହିଛନ୍ତି । ଗତ ୨୭ନଭେମ୍ବର ୨୦୨୧ରେ ଝିଅ ନିଖୋଜ ହୋଇଥିବା ନେଇ ଏକ ଏତଲା ଦାୟର କରିଥିଲେ ବୋଲି ସେ କହିଛନ୍ତି ।

ପରେ ପଶ୍ଚିମବଙ୍ଗର କୁଚବିହାରରେ ଝିଅ ଥିବା ନେଇ ଖବର ପାଇବା ପରେ ପୋଲିସ୍ ସହାୟତାରେ ସେଠାକୁ ଯାଇଥିଲେ । କିନ୍ତୁ ସେଠାରେ ପୋଲିସ୍ ଥାନା ଅଧକାରୀଙ୍କ ସମ୍ପର୍କୀୟ ବୋଲି ତାଙ୍କୁ ଖସାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଅଞ୍ଜଳି ।  କେବଳ ଦେଶ ନୁହେଁ ରାଜ୍ୟରେ ମଧ୍ଯ ଲଭ ଜିହାଦ ମାମଲା ବଢ଼ୁଥିବାରୁ ଏଠି ପ୍ରତି ସଚେତନ ରହିବାକୁ ପୋଲିସ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି  ।

Leave a Reply

Your email address will not be published. Required fields are marked *