Li

ବଢିଲା ଦେଶୀ ମଦ ସାଙ୍ଗକୁ ବିୟର ଦର

Spread the love

ଭୁବନେଶ୍ବର: ବଢିଲା ଆସ୍କା-୪୦ ଓ ବିୟର୍‌ ଦାମ୍ । ଆସ୍କା ୪୦ ସାଙ୍ଗକୁ ବିୟରର ଦାମ୍ ୧୦ ଟଙ୍କାଙ୍କୁ ବୃଦ୍ଧି କରିଚନ୍ତି ରାଜ୍ୟ ସରକାର । ବିୟର୍ ବୋତଲ ପିଛା ୧୦ ଟଙ୍କା ଦର ବଢ଼ିଥିବା ବେଳେ ଏବେ ଆସ୍କା-୪୦ର ଦାମ୍‌ ୬୦ ଟଙ୍କାରୁ ୭୦ ଟଙ୍କାକୁ ବୃଦ୍ଧି ପାଇଛି । ଗତ ଡିସେମ୍ବର ୧ରୁ ଏହି ବର୍ଦ୍ଧିତ ଦାମ୍‌ ଲାଗୁ ନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜସ୍ବ କ୍ଷତିକୁ ଦେଖି ପ୍ରାଇସ୍ ଫ୍ରିକ୍ସେସନ୍ କମିଟି ରିପୋର୍ଟ ଆଧାରରେ ଦର ବୃଦ୍ଧି ହୋଇଥିବା କଥା ମନ୍ତ୍ରୀ କହିଛନ୍ତି ।

ତେବେ ୨୦୦ ମିଲି ଦେଶୀ ମଦ ଆସ୍କା ୪୦ର ମୂଲ୍ୟ ପୂର୍ବରୁ ୬୦ ଟଙ୍କା ଥିବା ବେଳେ ଏହାକୁ ନେଇ ବିଧାନସଭାରେ ଦର ବୃଦ୍ଧି ନେଇ ଦାବି କରିଥିଲେ ଆସ୍କା ବିଧାୟକ ସରୋଜ ପାଢୀ । ଶେଷଥର ପାଇଁ ୨୦୧୯ରେ ଆସ୍କା ୪୦ର ମୂଲ୍ୟ ବୃଦ୍ଧି କରାଯାଇଥିବା ବେଳେ ୫ ବର୍ଷ ହେଲା ଆସ୍କା-୪୦ ମଦ ଦର ବଢ଼ିନାହିଁ । ମୂଲ୍ୟ ସଂଶୋଧନ ନହେବା ଫଳରେ ଆସ୍କା ଚିନି ଶିଳ୍ପ ପରିଚାଳନାରେ ନାନା ସମସ୍ୟା ଦେଖାଦେଉଛି । କାରଣ ଆସ୍କା ସମବାୟ ଚିନିକଳ ଲିମିଟେଡ୍‌‌ ମୁଖ୍ୟତଃ ଚିନି ଉତ୍ପାଦନ କରୁଥିଲେ ମଧ୍ୟ ଚିନିର ଉତ୍ପାଦନ ମୂଲ୍ୟ ବିକ୍ରି ମୂଲ୍ୟଠାରୁ ଅଧିକ ଥିବା ହେତୁ ହେଉଥିବା କ୍ଷତିର ଭରଣା କରିବା ପାଇଁ ବିକଳ୍ପ ଭାବେ ଏଠାରେ ଦେଶୀ ମଦ ପ୍ରସ୍ତୁତ କରି ଓଡ଼ିଶା ପାନୀୟ ନିଗମ ଲିମିଟେଡ୍‌‌କୁ ଯୋଗାଇ ଦିଆଯାଉଛି ।

ଆଉ ଗତ ଡିସେମ୍ବର ୨୪ ତାରିଖରେ ମୂଲ୍ୟ ନିର୍ଦ୍ଧାରଣ କମିଟି ପକ୍ଷରୁ ହୋଇଥିବା ବୈଠକରେ ଆସ୍କା ୪୦ ସହ ବିୟରର ଦର ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିସହିତ ବୈଠକରେ ଏହା ବି ଦର୍ଶାଯାଇଥିଲା ଯେ, ବିଦେଶୀ ମଦ ଅପେକ୍ଷା ବିୟର ଓ କେନର ଚାହିଦା ବଢୁଥିବା ବେଳେ ମଦ ନିଗମ ପାଖରେ ୯ ଲକ୍ଷ ବିୟର ପେଟି ରହିଛି । ରେଟ ବଢିଲେ ଏଥିରୁ ପାଖାପାଖି ସରକାର ୯୦ କୋଟି ଟଙ୍କା ସରକାର ଲାଭ ପାଇବେ । ଯାହା ରାଜ୍ୟ ରାଜସ୍ବକୁ ସହାୟ ହେବ ।

Leave a Reply

Your email address will not be published. Required fields are marked *