କେଜ୍ରିଓ୍ବାଲଙ୍କୁ ବଡ଼ ଝଟ୍‌କା: ବଢିଲା ନ୍ୟାୟିକ ହେପାଜତ ଅବଧି

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସମସ୍ୟା। ଅବକାରୀ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ କେଜ୍ରିଓ୍ବାଲଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରାଯାଇଛି। ଅଗଷ୍ଟ ୮ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରିଛନ୍ତି ଦିଲ୍ଲୀ ରାଉଜ୍‌ ଆଭେନ୍ୟୁ କୋର୍ଟ। ଗୁରୁବାର ତାଙ୍କୁ ତିହାର ଜେଲ୍‌ରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ହାଜର କରାଯାଇଥିଲା। ଏଥିସହ ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ କେଜ୍ରିଓ୍ବାଲ, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ବିଆରଏସ ନେତ୍ରୀ କେ. କବିତାଙ୍କ ନ୍ୟାୟିକ ହେପାଜତ ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଅଦାଲତ। ଜୁଲାଇ ୩୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Leave a Reply

Your email address will not be published. Required fields are marked *