ଅମରନାଥ ଯାତ୍ରା : ୧୭ ଦିନରେ ମଲେଣି ୩୦ ଜଣ ଶ୍ରଦ୍ଧାଳୁ

Spread the love

ଅମରନାଥ ଯାତ୍ରା ଶ୍ରଦ୍ଧାଳୁଙ୍କ ଜୀବନ ନେଉଛି । ଏପର୍ଯ୍ୟନ୍ତ ୩୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଗଲାଣି । ଅମରନାଥ ଯାତ୍ରା ମାର୍ଗରେ ୫୫ ସ୍ଥାନରେ ଅକ୍ସିଜେନ ବୁଥ, ମେଡିକାଲ ସେଣ୍ଟର ଏବଂ ଏମରଜେନ୍ସୀ ସେଣ୍ଟର ବ୍ୟବସ୍ଥା ରହିଥିଲେ ମଧ୍ୟ ପ୍ରତିଦିନ କୌଣସି ନା କୌଣସି ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେଉଛି । ଏପର୍ଯ୍ୟନ୍ତ ୧୭ ଦିନ ଯାତ୍ରାରେ ୩୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଏହି ମାର୍ଗରେ ଯାତ୍ରା କରିବା ବହୁତ କଠିନ । ତାପାମତ୍ରା ହ୍ରାସ ଏବଂ ପାହାଡିଆ ଦୁର୍ଗମ ରାସ୍ତା ହୋଇଥିବା କାରଣରୁ ଅକ୍ସିଜେନର ଅଭାବ ଦେଖାଦିଏ । ଯାହା କାରଣରୁ ଶ୍ରଦ୍ଧାଳୁଙ୍କର ହାର୍ଟ ଆଟାକର ସମ୍ଭାବନା ଅଧିକ ରହିଛି ।

ଅମରନାଥ ଯାତ୍ରା ଦୁଇଟି ରାସ୍ତା ଦେଇ ହେଉଛି । ବାଲଟାଲ ଏବଂ ପହଲଗାମ । ଦୁଇଟି ଯାକ ମାର୍ଗ ବହୁତ ଦର୍ଗମ । ଦୁଇଟି ଯାକ ବାଟରେ ସ୍ବାସ୍ଥ୍ୟ ବିଭାଗ ଅନେକ ପ୍ରକାର ସୁବିଧା କରିଛି । କିନ୍ତୁ ପଞ୍ଜତରଣୀ, ଶେଷନାଗ ଏବଂ ଭବନ ଏପରି ୩ଟି ସ୍ଥାନ, ଯେଉଁଠି ଶ୍ରଦ୍ଧାଳୁଙ୍କୁ ସବୁଠୁ ଅଧିକ ସମସ୍ୟା ଉପୁଜୁଛି ।

ଅଧିକାଂଶ ଲୋକେ ହେଲିକପ୍ଟରରେ ଆସି ପଦଯାତ୍ରା କରୁଛନ୍ତି । ପାଣିପାଗ ମଧ୍ୟ ଖରାପ ରହୁଛି । ତେଣୁ ପଞ୍ଜତରଣୀ ପାଖରୁ ଚାଲୁଥିବା ଲୋକଙ୍କ ନିଶ୍ୱାସ ପ୍ରଶ୍ୱାସରେ ଅନେକ କଷ୍ଟ ଅନୁଭୂତ ହେଉଛି । ଯାହା ହୃଦଘାତର କାରଣ ସାଜୁଛି ବୋଲି ଡାକ୍ତର କହୁଛନ୍ତି ।

Leave a Reply

Your email address will not be published. Required fields are marked *