ଦିନେ ଦୁଇ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ

Spread the love

ଭୁବନେଶ୍ୱର: ଓଡିଶା ଛୁଇଁବ ମୌସୁମୀ। ଆଗାମୀ ଦୁଇ ଦିନରେ ଓଡ଼ିଶା ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି। ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ସେ କହିଛନ୍ତି, ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ଆଗାମୀ ଦୁଇ ଦିନ ଭିତରେ ରାଜ୍ୟରୁ କମିବ ତାତିର ରାଜୁତି। ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ୪୦ ପ୍ରତିଶତ ତାପମାତ୍ରା ରହିବ କିନ୍ତୁ ହିଟ୍ ୱେଭ ସ୍ଥିତି ରହିବ ନାହିଁ।

ଯେହେତୁ ବର୍ଷାର ପରିମାଣ ବୃଦ୍ଧି ପାଇବ ତେଣୁ ଆଗାମୀ ଦୁଇ ଦିନରେ ତାପମାତ୍ରା ଆହୁରି କମିବ। ବାୟୁମଣ୍ଡଳରେ ଜଳୀୟବାଷ୍ପ ର ପରିମାଣ ବୃଦ୍ଧି ପାଇଛି। ତାପମାତ୍ର ଆଗ ଅପେକ୍ଷା କମିଛି। ଗତ ଦୁଇ ଦିନର କିଛି ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ପାଇଛି ଏବଂ ଆଗାମୀ ଦୁଇ ଦିନରେ ଏହା ଆହୁରି ବୃଦ୍ଧି ପାଇବ। କୋରାପୁଟ, ନବରଙ୍ଗପୁର, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ବର୍ଷାର ମାତ୍ର ଅଧିକ ରହିବ। କୋରାପୁଟ ଆଉ ନବରଙ୍ଗପୁରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।

ଜୁନ ୨୨ ତାରିଖରୁ ହାଲୁକା ମଧ୍ୟମ ଧରଣର ବର୍ଷା ରହିବ। ୨୩ ପରେ ୨୪ ରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୦ ସେଣ୍ଟିମିଟର ବର୍ଷା ରହିବ ଦକ୍ଷିଣ ଓଡ଼ିଶାରେ। ଉପକୂଳ ଓ ପାର୍ଶ୍ଵ ଅଂଚଳରେ ବି ବର୍ଷା ହେବ। ଆଜି ଓ କାଲି ଯେଉଁ ବର୍ଷା ହେବ, ତାହା ପ୍ରଭାବରେ ମୋସୁମୀର ଆଗମନ ହେବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ତାପମାତ୍ରା ରହିବ। ହେଲେ ହିଟୱେଭ ରହିବନି। ଗତକାଲି ବରଗଡ଼, ଝାରସୁଗୁଡାରେ ବର୍ଷା ଅନୁଭୂତ ହୋଇଛି. ତେଣୁ ତାପମାତ୍ରା କମିବ ଓ ହିଟୱେଭ ରହିବନି। ଆହୁରି କମିବ ତାପମାତ୍ରା ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।

Leave a Reply

Your email address will not be published. Required fields are marked *