ବିହାରରେ ଭୁଷୁଡ଼ିପଡ଼ିଲା ଗଙ୍ଗାନଦୀରେ ନିର୍ମାଣାଧୀନ ପୋଲ

Spread the love

ପାଟନା : ବିହାରରେ ଗଙ୍ଗା ନଦୀରେ ଏକ ନିର୍ମାଣାଧୀନ ପୋଲ ଭୁଷୁଡ଼ି ପଡ଼ିଛି । ଭାଗଲପୁର ଓ ଖଗରିଆକୁ ସଂଯୋଗ କରିବା ପାଇଁ ନିର୍ମାଣ କରାଯାଉଥିବା ଏହି ପୋଲ ପୂର୍ବରୁ ମଧ୍ୟ ଥରେ ଭୁଶୁଡ଼ି ପଡ଼ିଛି । ଏହି ପୋଲଟି ଗଙ୍ଗା ନଦୀ ଉପରେ ନିର୍ମାଣ ହେଉଥିବା ଏକ ଚାରି ଲେନ୍ ବିଶିଷ୍ଟ ସେତୁ । ରବିବାର ହଠାତ୍ ଏହାର ପୂରା ସୁପର ଷ୍ଟ୍ରକ୍ଚର ଭାଙ୍ଗିପଡ଼ିଥିଲା ଓ ନଦୀକୁ ଖସି ପଡ଼ିଥିଲା । ଏହି ପୋଲ ନିର୍ମାଣ ପାଇଁ ୧୭୦୦ କୋଟି ବ୍ୟୟ ହୋଇଥିଲା ।

୨୦୧୪ରେ ଭାଗଲପୁରର ସୁଲତାନଗଞ୍ଜ ଓ ଖଗରିଆ ମଧ୍ୟରେ ସେତୁର ଶିଳାନ୍ୟାସ କରିଥିଲେ ନୀତୀଶ କୁମାର । ନିର୍ମାଣାଧୀନ ପୋଲର ସୁପର ଷ୍ଟ୍ରକ୍ଚର ମଧ୍ୟ ନଦୀକୁ ଖସି ପଡ଼ିଥିଲା। ପ୍ରାୟ ୧୦୦ ମିଟର ଲମ୍ବର ଅନେକ ସ୍ତମ୍ଭର ୩୦ରୁ ଅଧିକ ସ୍ଲାବ୍ ଭୁଶୁଡ଼ି ପଡ଼ିଛି । ଭାଗଲପୁର ଜିଲ୍ଲାର ସୁଲତାନଗଞ୍ଜଠାରେ ନିର୍ମାଣ ହେଉଥିବା ଏହି ସେତୁ ଖଗରିଆ ଓ ଭାଗଲପୁର ଜିଲ୍ଲାକୁ ସଂଯୋଗ କରିବା ପାଇଁ ନିର୍ମାଣ କରାଯାଉଛି ।

ଏହି ଘଟଣାକୁ ନେଇ ବିଜେପି ନୀତୀଶ ସରକାରଙ୍କୁ ଟାର୍ଗେଟ୍  କରିଛି । ବିହାର ବିଜେପି ନେତା ବିଜୟ କୁମାର ସିହ୍ନା ଏହି ପୋଲ ଭୁଶୁଡ଼ିବା ଘଟଣାକୁ ନେଇ ନୀତୀଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଜୟ କୁମାର ସିହ୍ନା କହିଛନ୍ତି, ପୋଲ ନୁହେଁ, ବିହାରବାସୀଙ୍କ ବିଶ୍ୱାସ ଭାଙ୍ଗିଯାଇଛି। ଦୁଇ ଥର ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ପ୍ରମାଣ କରୁଛି ଯେ ଦୁର୍ନୀତି ହୋଇଛି ।

Leave a Reply

Your email address will not be published. Required fields are marked *