Cyclone

ସୃଷ୍ଟି ହେଲାଣି ଘୂର୍ଣ୍ଣିବଳୟ, ୨୪ ବେଳକୁ ଛୁଇଁପାରେ ଉପକୂଳ ; ପୁରୀରୁ ଜଗତସିଂହପୁର ଯାଏଁ ବାତ୍ୟା ଭୟ

Spread the love

ଭୁବନେଶ୍ବର ୧୬।୯: ସାବଧାନ ମାଡ଼ି ଆସୁଛି ବାତ୍ୟା ! ୨୪ ତାରିଖ ବେଳକୁ ଉପକୂଳ ଛୁଇଁପାରେ। ପୁରୀରୁ ଜଗତସିଂହପୁର ମଧ୍ୟରେ ସ୍ଥଳଭାଗ ଛୁଇଁବା ଆଶଙ୍କା। ସେପ୍ଟେମ୍ବରରେ ରାଜ୍ୟରେ ବାତ୍ୟା ସମ୍ଭାବନା କମ୍ ଥାଏ। ତଥାପି ବାତ୍ୟା ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡାଇ ଦେବ ନାହିଁ। ଏମିତି ପୂର୍ବାନୁମାନ କରିଛନ୍ତି, ସୋଆ ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ।

ଉତ୍ତର ଥାଇଲାଣ୍ଡ ଉପରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରକୁ ଗତି କରିବାର ସମ୍ଭାବନା ରହିଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ୧୯ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ୨୦ରେ ଲଘୁଚାପ, ୨୨ ବେଳକୁ ଅବପାତର ରୂପ ନେବା ସମ୍ଭାବନା । ୨୪ ତାରିଖ ବେଳକୁ ଗଭୀର ଅବପାତ ଅବସ୍ଥାରେ ଓଡ଼ିଶା ଉପକୂଳ ଛୁଇଁପାରେ । ଯଦି ଏହା ବାତ୍ୟା ହୁଏ, ଅଧିକ ଘନୀଭୂତ ହେବନାହିଁ । ଅଳ୍ପ ସମୟ ପାଇଁ ସମୁଦ୍ର ଭିତରେ ବାତ୍ୟାର ରୂପ ନେଇପାରେ । କିନ୍ତୁ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇବ । କଟକ, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ, ଯାଜପୁରରେ ପ୍ରବଳ ବର୍ଷା ହୋଇପାରେ।
GFS, ECMWF ଭଳି ଆନ୍ତର୍ଜାତିକ ମଡେଲ୍ ମଧ୍ୟ ବାତ୍ୟା ଆଶଙ୍କା କରିଛନ୍ତି । ତୀବ୍ରତା, ଗତିପଥ, ସ୍ଥଳଭାଗ ଛୁଇଁବା ସ୍ଥାନ ଏବେ ମଧ୍ୟ ଅନିଶ୍ଚିତତାରେ। ସେପଟେ ଏହି ସିଷ୍ଟମ ବାତ୍ୟା ରୂପ ନେବ କି ନାହିଁ ତାହା ଏବେଠୁ କହିବା ମୁସ୍କିଲ୍। ସେପଟେ କିନ୍ତୁ ଏପରି ଗୁଜବରେ ବିଶ୍ବାସ ନକରିବାକୁ ପରାମର୍ଶ ଦେଇଛି IMD ।

Leave a Reply

Your email address will not be published. Required fields are marked *