Attacked

କାକଟପୁର-ବାଉରୀଆକଣ ରାସ୍ତାରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

Spread the love

ପୁରୀ: ପୁରୀ ଜିଲ୍ଲା କାକଟପୁର ଥାନା କାକଟପୁର-ବାଉରୀଆକଣ ରାସ୍ତାରେ ଘରକୁ ଫେରୁଥିବା ବେଳେ ଦମ୍ପତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ । ରାସ୍ତାରେ ପୂର୍ବରୁ ଲୁଚି ରହିଥିବା ଦୁବୃତ୍ତ ପନିକିରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଅସ୍ତରଙ୍ଗ ଥାନା ଓସିଆଁ ଗାଁର ଲିଟୁ ମହାନ୍ତି ଓ ମନୋରମା ଆକ୍ରମଣ କରିଥିବା ଯୁବକକୁ କାବୁ କରି ବା ସହ ଚିତ୍କାର କରିଥିଲେ ।

ପାଟି ଶୁଣି ଆଖପାଖ ସ୍ଥାନରୁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରି ପୋଲିସ ନିକଟରେ ଜିମା ଦେଇଥିଲେ । ଘଟଣାସ୍ଥଳରେ କାକଟପୁର ପୋଲିସ ପହଂଚି ଆହତ ଦମ୍ପତିଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *