Zzzzzzzz

ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରୁପା ଶଙ୍ଖ ଦାନ କଲେ ଭକ୍ତ, ଓଜନ ୧.୬ କେଜି

Spread the love

ପୁରୀ: ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରୁପା ଶଙ୍ଖ ଦାନ କଲେ ଭକ୍ତ। ସମ୍ବଲପୁରର ଜଣେ ଭକ୍ତ ନଳିନୀ ପ୍ରଭା ଦାସ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୋଟିଏ ଟଙ୍କା ମୂଲ୍ୟର ରୂପା ଶଙ୍ଖ ଦାନ କରିଛନ୍ତି। ତେବେ ଏହି ରୁପା ଶଙ୍ଖଟିର ଓଜନ ଏକ କିଲୋ ୬୧୯ ଗ୍ରାମ୍ ରହିଛି। କୌଣସି ମାନସିକ ନଥିଲେ ମଧ୍ୟ ରୁପା ଶଙ୍ଖ ଦାନ କରିବା ପାଇଁ ନଳିନୀ ପ୍ରଭା ଆଶା ରଖିଥିଲେ।

ଆଜି ତାଙ୍କର ଏହି ଆଶା ପୂରଣ ହୋଇଥିବାରୁ ନଳିନୀ ପ୍ରଭା ଓ ତାଙ୍କ ପରିବାର ସଦସ୍ୟ ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ସୁନାବେଶ ଅବସରରେ ମହାପ୍ରଭୁ ବାମ ହସ୍ତରେ ଶଙ୍ଖ ଧାରଣ କରିଥାନ୍ତି।

ଏଣୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତ ଜଣକ ଏହି ଶଙ୍ଖ ଦାନ କରିଥିବାବେଳେ ବରିଷ୍ଠ  ଦଇତାପତି ସେବାୟତ ଏହାକୁ ସ୍ବାଗତ କରିଛନ୍ତି। ଭକ୍ତମାନେ ଯାହାକିଛି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରୁଛନ୍ତି ତାହା ଠାକୁରଙ୍କ କାର୍ଯ୍ୟରେ ଲାଗିବା ଆବଶ୍ୟକ ବୋଲି କହିଛନ୍ତି ସେବାୟତ।

Leave a Reply

Your email address will not be published. Required fields are marked *