Job 650x430

୧୩୨୮ ସରକାରୀ ଚାକିରି ହରାଇବେ ଓବିସି ପ୍ରାର୍ଥୀ-ଏଲ୍‌ଟିଆର ଶିକ୍ଷକ ନିଯୁକ୍ତି!

Spread the love

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ୬୦୨୫ ପଦରେ ଏଲ୍‌ଟିଆର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ପଛୁଆବର୍ଗଙ୍କ ପାଇଁ ମାତ୍ର ୧୧.୨୫% ସଂରକ୍ଷଣ ଥିବା ଯୋଗୁଁ ରାଜ୍ୟର ପଛୁଆବର୍ଗ ଶିକ୍ଷକ ଆଶାୟୀ ପ୍ରାର୍ଥୀମାନେ ଏହି ୬୦୨୫ ଶିକ୍ଷକ ପଦ ମଧ୍ୟରୁ ମାତ୍ର ୨୯୯ ପଦରେ ନିଯୁକ୍ତି ସୁଯୋଗ ପାଇପାରିବେ। ରାଜ୍ୟ ସରକାର ଯଦି ୨୭% ଓବିସି ସଂରକ୍ଷଣ ଦେଉଥାନ୍ତେ, ତା’ହେଲେ ପଛୁଆବର୍ଗର ପ୍ରାର୍ଥୀମାନେ ୧୬୨୭ଟି ପଦରେ ନିଯୁକ୍ତି ପାଇପାରିଥାନ୍ତେ।
ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ରାଜ୍ୟର ପଛୁଆବର୍ଗ ଶିକ୍ଷକ ଆଶାୟୀ ପ୍ରାର୍ଥୀମାନେ ୧୩୨୮ ପଦରେ ନିଯୁକ୍ତି ସୁଯୋଗ ହରାଇବାକୁ ଯାଉଛନ୍ତି ବୋଲି ଓବିସି ଫୋରମ୍‌ର ରାଜ୍ୟ କମିଟି ଅଧ୍ୟକ୍ଷ ରବି ବେହେରା ଅଭିଯୋଗ କରିଛନ୍ତି। ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ସରକାର ତୁରନ୍ତ ରାଜ୍ୟର ପଛୁଆବର୍ଗଙ୍କ ପାଇଁ ୨୭% ସ୍ଥାନ ସଂରକ୍ଷଣ ନିଶ୍ଚିତ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ଏହାସହ ପଛୁଆବର୍ଗ ସାର୍ଟିଫିକେଟ୍ ପାଇଁ ଆୟକର ସୀମାକୁ ବର୍ତ୍ତମାନର ୮ ଲକ୍ଷରୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ଓବିସି ଫୋରମ୍ ଦାବି କରିଛି।

Leave a Reply

Your email address will not be published. Required fields are marked *