Rathawork

ଶେଷ ପର୍ଯ୍ୟାୟରେ ତିନି ରଥ ନିର୍ମାଣ କାର୍ଯ୍ୟ

Spread the love

ପୁରୀ : ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଶେଷ ପର୍ଯ୍ୟାୟରେ ତିନି ରଥ ନିର୍ମାଣ କାର୍ଯ୍ୟ  l ଶେଷ ସ୍ପର୍ଶ ଦେଉଛନ୍ତି କାରିଗର  l ବର୍ତ୍ତମାନ ସୁଦ୍ଧା ତିନି ରଥର ପ୍ରଭା ନିର୍ମାଣ ଶେଷ ହେବା ସହ ତିନିରଥ ର ଦୁଆର ବେଢ଼ା ଗୁଡ଼ିକର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି  l ତିନିରଥର ନାଟଗୋଡ ଗୁଡିକରେ ରୂପ ଖୋଦେଇ ମଧ୍ୟ ଶେଷ ହୋଇ ତିନି ରଥରେ ବସିଲା କନକମୁଣ୍ଡି  l

ତିନି ରଥର ବେଦୀ ସିଂହାସନ ସମେତ ବେଦୀ ଚତୁର୍ପାର୍ଶ୍ୱରେ ଚାରି କୋଣକୁ ଛାଡି ପଟା ପଡ଼ିବା ସମ୍ପୂର୍ଣ୍ଣଜି ତିନି ରଥର ମହାରଣା ସେବକମାନେ ତିନି ରଥରେ ସ୍ଥାପନ ପାଇଁ ଗୋଟିଏ ଗୋଟିଏ ବିଜେ ଚକାର ଗୋଲାକାର କଟିଙ୍ଗ ଶେଷ କରି ରଞ୍ଜାମରା କାର୍ଯ୍ୟ ବାକି ରହିଛି । ମହାରଣା ସେବକ ମାନେ ତିନି ରଥର ଦୁଇଟି ଲେଖାଏଁ ୨୦ ଫୁଟିଆ ସାଙ୍ଗୀ ନିର୍ମାଣ ଶେଷ କରିଛନ୍ତି ।

ଏହି ସାଂଗୀ ଦ୍ଵାରା ରଥ ଦଉଡ଼ି ଠାରୁ ଆରମ୍ଭ କରି ଆବଶ୍ୟକ ଜିନିଷ ରଥ ନିକଟକୁ ନେବା ଆଣିବାରେ ସହାୟକ ଦୃଷ୍ଟିରୁ ଏହା ଭୋଇ ସେବକ ମାନଙ୍କ ପାଇଁ ନିର୍ମାଣ କରାଯାଇଛି । ତିନି ରଥ ସାରଥିଙ୍କ ମରାମତି କାର୍ଯ୍ୟ ରୂପକାର ସେବକ ମାନେ ଶେଷ କରିଛନ୍ତି  l  ଜଏଣ୍ଟ ସ୍ଥାନ ଗୁଡିକରେ ଯଥା ଅଣ୍ଟା, କାନ୍ଧ,ହାତ କହୁଣି ଇତ୍ୟାଦି ସ୍ଥାନରେ କଣ୍ଟା, ବାଗିଆ କଣ୍ଟା ବସାଇ ଏହି ମରାମତି କାର୍ଯ୍ୟ ସେ ଶେଷ କରିବା ପରେ, ଚିତ୍ରକାର ସେବକ ମାନେ ସାରଥି ମାନଙ୍କ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଚିତ୍ରକାର ସେବକମାନେ ଆଜି ଦୁଆର ବେଢ଼ା ଗୁଡିକରେ ଚିତ୍ରକାର୍ଯ୍ୟ ଶେଷ କରିବା ସହ, ରଥ ବାହ୍ୟ ଅଂଶ ଏବଂ ପାର୍ଶ୍ଵ ଦେବ ଦେବୀ, ନାଟ ଗୋଡ ଇତ୍ୟାଦିରେ ଚିତ୍ର ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି । ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ପ୍ରଭା କଣ୍ଟା, ସିଂହାସନ ଗଣ୍ଠି କଣ୍ଟା ଏବଂ ଧ୍ଵଜ ବତା କଣ୍ଟା ନିର୍ମାଣ ଜାରୀରଖିଛନ୍ତି । ସେହିପରି ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବାରୁ ରଥ ନିର୍ମାଣ କରାଯାଉଥିବା ରଥ ଚାଳିକୁ ଖୋଲିଛନ୍ତି ଭୋଇ ସେବକ ।

Leave a Reply

Your email address will not be published. Required fields are marked *