Image 2024 06 07t153245.791

ଯବାନଙ୍କ ଶିବିର ଉପରେ ମାଓବାଦୀଙ୍କ ରକେଟ ମାଡ଼

Spread the love

ମାଲକାନଗିରି: ଯବାନଙ୍କ ଶିବିର ଉପରେ ମାଓବାଦୀଙ୍କ ରକେଟ ମାଡ଼। ଛତିଶଗଡ଼ର ନାରାୟଣପୁରରୁ ଆସିଛି ଏଭଳି ସାଂଘାତିକ ଚିତ୍ର। ନାରାୟଣପୁର ଜିଲ୍ଲା କୋହକାମେଟା ଥାନା ଇରକଭଟ୍ଟି ଶିବିର ଉପରେ ମାଓବାଦୀମାନେ ଲଗାତାର ଭାବେ ୟୁବିଜିଏଲ ଫାୟର କରୁଥିବା ଚିତ୍ର ଦେଖିବାକୁ ମିଳିଛି।

ମାଓବାଦୀମାନେ ଦେଶୀ ୟୁବିଜିଏଲ ଫାୟାର୍ କରୁଛନ୍ତି, ଠିକ୍ ସେତିକି ବେଳେ ଜଣେ ଯବାନ ଦୌଡ଼ି ଯାଉଥିବା ସମୟରେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ମାଓବାଦୀଙ୍କ ଆକ୍ରମଣକୁ ପ୍ରତିହତ କରି ଲାଲବାହିନୀକୁ ଯବାନମାନେ ଘଉଡ଼ାଇବାରେ ସଫଳ ହୋଇଥିଲେ। ଗତ କିଛି ଦିନ ପୁର୍ବେ ଏଠାରେ ବିଏସ୍ଏଫ୍ ଯବାନଙ୍କ ନୁତନ ଶିବିର ସ୍ଥାପନ ହୋଇଥିଲା।

Leave a Reply

Your email address will not be published. Required fields are marked *