‘ମୋ ମା’କୁ ମୁଁ ମାରିଦେଲି’, ମୃତଦେହକୁ ସୁଟକେସରେ ଧରି ଥାନାରେ ପହଞ୍ଚିଲା ଝିଅ
ସବୁଦିନିଆ କଳିରେ ଅତିଷ୍ଠ ହୋଇ ନିଜ ମା’କୁ ମାରିଲା ଝିଅ । ମା’କୁ ହତ୍ୟା କରିବା ପରେ ସୁଟକେସରେ ଭର୍ତ୍ତି କରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଝିଅ । ଶେଷରେ ପୁଲିସ୍ ମୃତଦେହ ଜବତ କରିବା ସହିତ ଝିଅକୁ ଗିରଫ କରିଛି। ଏପରି ଏକ ଲୋମଟାଙ୍କୁରା ଘଟଣା ବେଙ୍ଗାଲୁରୁରେ ଘଟିଛି।
ହେଲେ ବିଭିନ୍ନ କାରଣରୁ ତାଙ୍କର ନିଜ ମା’ଙ୍କ ସହ ସମ୍ପର୍କ ଭଲ ନ ଥିଲା। ଏପରିକି ଉଭୟ ମା’ ଝିଅଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ଲାଗୁଥିଲା । ଏଥିରେ ଅତିଷ୍ଠ ହୋଇ ଯୁବତୀ ଜଣକ ଘଟଣାଦିନ ନିଜ ବେଡରୁମ୍ରେ ୭୦ ବର୍ଷୀୟ ମା’କୁ ୯୦ଟି ନିଦ ବଟିକା ଦେଇଥିଲେ । ତେବେ ବୃଦ୍ଧା ଜଣକ ପେଟ ଯନ୍ତ୍ରଣା ହେବା କହିବାରୁ ଧାରୁଆ ଅସ୍ତ୍ରରେ ମା’ଙ୍କୁ ହତ୍ୟା କରିଥିଲେ ଯୁବତୀ।
ଏହାପରେ ମା’ଙ୍କ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ପୋଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଯୁବତୀଙ୍କୁ ଗିରଫ କରିଛି। ଯୁବତୀ ଜଣେ ଫିଜିଓଥେରାପିଷ୍ଟ ।
ତେବେ ଯୁବତୀ ଜଣକ ଫେରାର ନ ହୋଇ ମା’ର ମୃତଦେହକୁ ସୁଟକେସରେ ଧରି ପୋଲିସ ନିକଟରେ ହାଜର ହୋଇଛନ୍ତି । ତେବେ ମା’କୁ ହତ୍ୟା କରିବା ବେଳେ ତାଙ୍କ ସ୍ବାମୀ ଘରେ ନଥିଲେ ଏବଂ ଶାଶୁ ଅନ୍ୟ ରୁମରେ ଶୋଇଥିବା କଥା ଯୁବତୀ ଜଣକ କହିଛନ୍ତି ।