ଧଳା ବାଘୁଣୀ ରକ୍ଷା ଜନ୍ମ ଦେଲା ୩ ବାଘ ଛୁଆ

Spread the love

ଛତିଶଗଡ: ଧଳା ବାଘୁଣୀ ରକ୍ଷା ଜନ୍ମ ଦେଲା ୩ ବାଘ ଛୁଆ । ଛତିଶଗଡର ମୈତ୍ରୀ ବାଗ ଚିଡିଆଖାନାରେ ୩ ବାଘ ଛଆକୁ ଜନ୍ମ ଦେଲା ରକ୍ଷା । ବାଘ ଛୁଆଙ୍କୁ ଏବେ ଦେଢ ମାସ ହେଲାଣି । ୩ ବାଘ ଛୁଆ ଖେଳୁଥିବାର ଭ୍ୟୁଜଆଲ ସେୟାର କରିଛନ୍ତି ଚିଡିଆଖାନା କର୍ତ୍ତୃପକ୍ଷ ।

୧୯୯୭ ମସିହାରେ ଭୁବନେଶ୍ୱର ନନ୍ଦନକାନନରୁ ଆସିଥିଲେ ବାଘୁଣୀ ରକ୍ଷା ଓ ବାଘ ସୁଲତାନ । ମୈତ୍ରୀ ବାଗ ଚିଡିଆଖାନାରେ ଉଭୟଙ୍କ ଅନେକ ଛୁଆ ହେଲାଣି । ସେମାନଙ୍କ ୧୨ ଛୁଆକୁ ଅନ୍ୟ ଚିଡିଆଖାନାକୁ ପଠାଯାଇଛି ।

Leave a Reply

Your email address will not be published. Required fields are marked *