ଦିଲ୍ଲୀରେ ବାଇକ୍ ଟାକ୍ସି ଉପରେ କଟକଣା ଲଗାଇଲେ ସୁପ୍ରିମକୋର୍ଟ

Spread the love

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ୟାବ୍ ଆଗ୍ରିଗେଟରଙ୍କୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମ୍ କୋର୍ଟ । ବାଇକ ଟାକ୍ସି ସମ୍ପର୍କରେ ଦିଲ୍ଲୀ ସରକାରଙ୍କ ଗାଇଡଲାଇନ ନ ଆସିବା ପର୍ଯ୍ୟନ୍ତ ଦିଲ୍ଲୀରେ ଓଲା, ଉବର ଓ ରାପିଡୋ ଭଳି କମ୍ପାନି ଚଳାଉଥିବା ଦୁଇ ଚକିଆ ଟ୍ୟାକ୍ସି ଅର୍ଥାତ୍ ବାଇକ୍ ଟ୍ୟାକ୍ସି କୁ ନିଷିଦ୍ଧ କରାଯାଇଛି ।

କିଛି ଦିନ ତଳେ ଦିଲ୍ଲୀ ହାଇକୋର୍ଟ ଏକ ରାୟ ଦେଇ ଦିଲ୍ଲୀ ସରକାରଙ୍କ ନିୟମାବଳୀ ନ ଆସିବା ପର୍ଯ୍ୟନ୍ତ ବାଇକ୍ ଟାକ୍ସି ଆଗ୍ରିଗେଟର୍ସଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସୁପ୍ରିମକୋର୍ଟ ସୋମବାରଦିନ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି ଓ ବାଇକ ଟାକ୍ସି ଉପରେ କଟକଣା ଜାରି କରିଛନ୍ତି ।

ଦିଲ୍ଲୀ ସରକାରଙ୍କ ଦ୍ୱାରା ପ୍ରସ୍ତୁତ  ନୀତି ଓ ନିୟମବାଳୀ କାର୍ଯ୍ୟକାରୀ ନ ହେବା ପର୍ଯ୍ୟନ୍ତ ଦୁଇ ଚକିଆ ଟ୍ୟାକ୍ସିକୁ ଅଣ ପରିବହନ ଯାନ ବୋଲି ସୁପ୍ରିମ୍ କୋର୍ଟ ବିଚାର କରିଛନ୍ତି। ଦିଲ୍ଲୀ ସରକାର ଏହି ମାମଲାରେ କହିଛନ୍ତି ଯେ ଜୁନ୍ ୩୦ ସୁଦ୍ଧା ଏ ସଂକ୍ରାନ୍ତରେ ଏକ ନୀତି ଅଣାଯିବ। ଦୁଇ ଚକିଆ ଯାନର ବାଣିଜ୍ୟିକ ବ୍ୟବହାର ମୋଟର ଯାନ ଆଇନ, ୧୯୮୮ର ଉଲ୍ଲଂଘନ ହୋଇଥିବାରୁ ଦିଲ୍ଲୀ ସରକାର ପୂର୍ବରୁ କ୍ୟାବ୍ ଅପରେଟରମାନଙ୍କୁ କଡ଼ା ସମାଲୋଚନା କରିଥିଲେ।

ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ନୀତି ଲାଗୁ ହେବା ପରେ ବାଇକ୍ ଟାକ୍ସି ଆଗ୍ରିଗେଟରଙ୍କୁ ଲାଇସେନ୍ସ ଦିଆଯିବ । ସେପର୍ଯ୍ୟନ୍ତ ଏହି ସେବା ଉପରେ କଟକଣା ଜାରି କରିଥିଲେ ଦିଲ୍ଲୀ ସରକାର ।

Leave a Reply

Your email address will not be published. Required fields are marked *