ଗର୍ଭବତୀଙ୍କୁ ତେଲେଙ୍ଗାନା ରାଜ୍ୟପାଳଙ୍କ ପରାମର୍ଶ, ଗର୍ଭବତୀ ମହିଳାମାନେ ସୁନ୍ଦରାକାଣ୍ଡ ଏବଂ ରାମାୟଣ ପଢନ୍ତୁ

Spread the love

ତେଲେଙ୍ଗାନା ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜନ୍ ଗର୍ଭବତୀ ମହିଳାମା ନଙ୍କୁ ମାନସିକ ଏବଂ ଶାରୀରିକ ସୁସ୍ଥ ସନ୍ତାନ ପାଇବା ପାଇଁ ସୁନ୍ଦରାକାଣ୍ଡ ଏବଂ ରାମାୟଣ ପଢିବା ଉଚିତ ବୋଲି କହିଛନ୍ତି  । ଆରଏସଏସ ସହ ଜଡିତ ଏକ ସଂଗଠନର ଗର୍ଭ ସଂସ୍କାର କାର୍ଯ୍ୟକ୍ରମର ଉଦଘାଟନ କରିବା ସମୟରେ ସୁନ୍ଦରରାଜନ୍ ଏହି ମନ୍ତବ୍ୟ ଦେଇଛନ୍ତି ।

ସମ୍ବର୍ଦ୍ଧନୀ ନ୍ୟାସଙ୍କ ଦ୍ବାରା ଆୟୋଜିତ ଗର୍ଭ ସଂସ୍କାର କାର୍ଯ୍ୟକ୍ରମ ଅଧୀନରେ ଏହି ସଂଗଠନ ସହ ଜଡିତ ଡାକ୍ତରମାନେ ଆଶାକର୍ମୀମାନଙ୍କୁ ବୈଜ୍ଞାନିକ ଏବଂ ପାରମ୍ପାରିକ ପ୍ରତିକାର ବିଷୟରେ ମାର୍ଗଦର୍ଶନ କରିବେ ।

ଖବର ମୁତାବକ, ଡାକ୍ତରଙ୍କ ପରାମର୍ଶରେ ଭଗବତ ଗୀତା ଭଳି ଧାର୍ମିକ ଗ୍ରନ୍ଥ ପଢିବା, ସଂସ୍କୃତ ମନ୍ତ୍ର ଜପ ଏବଂ ଯୋଗ ଅଭ୍ୟାସ କରିବା ସାମିଲ ରହିଛି । ଏହି ପ୍ରକ୍ରିୟା ପୂର୍ବ ଧାରଣା ଠାରୁ ଆରମ୍ଭ କରି ପ୍ରସବ ପର୍ଯ୍ୟାୟ ପର୍ଯ୍ୟନ୍ତ ଆରମ୍ଭ ହେବ ଏବଂ ପିଲାଟି ଦୁଇ ବର୍ଷ ବୟସ ପର୍ଯ୍ୟନ୍ତ ଚାଲିବ ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜ୍ୟପାଳ କହିଛନ୍ତି, ଗର୍ଭବତୀ ମାତାମାନେ ରାମାୟଣ, ମହାଭାରତ ଭଳି ଅନ୍ୟ ମହାକାବ୍ୟ ସହିତ ଭଲ ଭଲ କାହାଣୀ ପଢିବା ଉଚିତ । ବିଶେଷ ଭାବେ ତାମିଲନାଡୁରେ ଏକ ବିଶ୍ୱାସ ରହିଛି ଯେ, ଗର୍ଭବତୀ ମହିଳାମାନେ ରାମାୟଣ, ସୁନ୍ଦରାକାଣ୍ଡ ପାଠ କରିବା ଉଚିତ୍ ।  ଏହାଦ୍ବାରା ଶିଶୁଙ୍କୁ ଫାଇଦା ମିଳିବ । ତେବେ ତାମିଲାଇସାଇ ସୁନ୍ଦରରାଜନ୍  ରାଜ୍ୟପାଳ ବ୍ୟତୀତ ସେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଏବଂ ଭ୍ରୁଣ ବିଶେଷଜ୍ଞ ମଧ୍ୟ ।

Leave a Reply

Your email address will not be published. Required fields are marked *