ଚଳିତ ମାସରେ ଦେଶ ଛାଡ଼ି ଚାଲିଯିବାକୁ ଶେଷ ଭାରତୀୟ ସାମ୍ବାଦିକଙ୍କୁ କହିଲା ଚୀନ୍‌

Spread the love

ନୂଆଦିଲ୍ଲୀ: ଚୀନ୍‌ରେ ଥିବା ଶେଷ ଭାରତୀୟ ସାମ୍ବାଦିକ ‘ପିଟିଆଇ’ର ଜଣେ ରିପୋର୍ଟର୍‌ଙ୍କୁ ଚଳିତ ମାସ ଶେଷ ସୁଦ୍ଧା ଚୀନ୍‌ ଛାଡ଼ି ଚାଲିଯିବା ଲାଗି ବେଜିଙ୍ଗ୍‌ କର୍ତ୍ତୃପକ୍ଷମାନେ କହିଥିବା କଥା ଆଜି ‘ନିଉଜ୍‌ ଏଜେନ୍‌ସି’ ‘ବ୍ଲୁମ୍‌ବର୍ଗ’ ରିପୋର୍ଟ କରିଛି।

ପୂର୍ବରୁ ‘ଭିସା’ ନବୀକରଣ କରାଇବା ଅଗ୍ରାହ୍ୟ କରି ଚୀନ୍ ୨ଜଣ ଭାରତୀୟ ରିପୋର୍ଟର୍‌ଙ୍କୁ ବିଦା କରିଥିଲା। ‘ବ୍ଲୁମ୍‌ବର୍ଗ’ ରିପୋର୍ଟ ଅନୁସାରେ, ଗତ ସପ୍ତାହାନ୍ତରେ ‘ହିନ୍ଦୁସ୍ତାନ ଟାଇମ୍‌ସ୍‌’ର ଜଣେ ରିପୋର୍ଟର୍‌ ଚୀନ୍‌ ଛାଡ଼ିଥିଲେ। ସେହିପରି, ଗତ ଏପ୍ରିଲ୍‌ ମାସରେ ‘ପ୍ରସାର ଭାରତୀ’ ଜଣେ ଭାରତୀୟ ସାମ୍ବାଦିକ ଏବଂ ‘ଦି ହିନ୍ଦୁ’ର ଜଣେ ସାମ୍ବାଦିକଙ୍କ ‘ଭିସା’ ନବୀକରଣ କରିବାକୁ ଚୀନ୍‌ ଅଗ୍ରାହ୍ୟ କରି ଦେଇଥିବା କଥା ‘ବ୍ଲୁମ୍‌ବର୍ଗ’ ରିପୋର୍ଟରେ ଉଲ୍ଲେଖ ଅଛି।

ଚୀନ୍‌ ଏହାକୁ ଭାରତ ଏବଂ ଚୀନ୍‌ ରିପୋର୍ଟର୍‌ମାନଙ୍କ ପ୍ରତି ଭାରତ ବ୍ୟବହାର ବିରୋଧରେ ସମୁଚ୍ଚିତ କାର୍ଯ୍ୟାନୁଷ୍ଠାନ ବୋଲି କହିଛି। କିନ୍ତୁ, ଭାରତ ଆଶା କରୁଛି ଯେ, ଚୀନ୍‌ରେ କାମ କରିବା ଲାଗି ବେଜିଙ୍ଗ୍‌ ତା’ର ସାମ୍ବାଦିକମାନଙ୍କୁ ଅନୁମତି ଦେବ।

ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ କହିଛନ୍ତି, ‘ରିପୋର୍ଟିଙ୍ଗ୍’ ଅଥବା ‘ମିଡିଆ କଭରେଜ୍‌’ କ୍ଷେତ୍ରରେ ବିନା କ‌ୌଣସି କଟକଣା କି, ଅସୁବିଧାରେ ଚୀନା ସାମ୍ବାଦିକଙ୍କ ସମେତ ସମସ୍ତ ବିଦେଶୀ ସାମ୍ବାଦିକମାନେ ଭାରତରେ ସାମ୍ବାଦିକତା କରୁଛନ୍ତି।

ସୂଚନାଯୋଗ୍ୟ, ୨୦୨୦ରେ ଦୁଇ ଚୀନ୍‌ ଓ ଭାରତର ସୈନିକମାନଙ୍କ ମଧ୍ୟରେ ସଂଘର୍ଷ ଘଟି ୨୪ଜଣ ଭାରତୀୟ ସୈନିକମାନଙ୍କ ମୃତ୍ୟୁ ଯୋଗୁଁ ବେଜିଙ୍ଗ୍‌ ଓ ନୂଆଦିଲ୍ଲୀ ମଧ୍ୟରେ ତିକ୍ତତା ଲାଗିରହିଛି।

Leave a Reply

Your email address will not be published. Required fields are marked *