ସମୁଦ୍ର ମଝିରେ କ୍ରୁଜ ଜାହାଜରେ ଲାଗିଲା ଭୟଙ୍କର ନିଆଁ
ମିଶର ଉପକୂଳ ନିକଟ ଲୋହିତ ସାଗରରେ ଯାଉଥିବା ଏକ କ୍ରୁଜ୍ ଜାହାଜରେ ଭୟଙ୍କର ନିଆଁ ଲାଗିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଖବରରୁ ଜଣାପଡ଼ିଛି ଯେ ଗତକାଲି ରବିବାର ଲୋହିତ ସାଗରରେ ଏକ କ୍ରୁଜ୍ ଜାହାଜରେ ଭୀଷଣ ନିଆଁ ଲାଗିଯାଇଥିଲା। ଏହି ଜାହାଜ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିଲା।
ଗଣମାଧ୍ୟମ ରିପୋର୍ଟ ମୁତାବକ, ଏହି ଘଟଣା ପରଠୁ ୩ ବ୍ରିଟିଶ ଯାତ୍ରୀ ନିଖୋଜ ଅଛନ୍ତି। କୁହାଯାଉଛି ଯେ ଜାହାଜଟି ଏଲ୍ଫିନ୍ଷ୍ଟନ ରିଫ୍ ନିକଟରେ ଆସୁଥିଲା। ଏହି ସମୟରେ କ୍ରୁଜ୍ ଜାହାଜରେ ନିଆଁ ଲାଗିଯାଇଥିଲା। ଏଥିରେ ମୋଟ ୨୯ ଜଣ ଯାତ୍ରୀ ଥିଲେ। ସେଥିମଧ୍ୟରୁ ୧୫ ଜଣ ବ୍ରିଟିଶ ନାଗରିକ ହୋଇଥିବା ବେଳେ ୧୪ ଜଣ ଚାଳକ ଦଳର ସଦସ୍ୟ ଥିଲେ।
ଏହି ଘଟଣାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି, କିନ୍ତୁ ଏବେ ବି ୩ ବ୍ରିଟିଶ ଯାତ୍ରୀ ନିଖୋଜ ଅଛନ୍ତି। ଜାହାଜରେ ନିଆଁ ଲାଗିବା ପରେ ଉଦ୍ଧାରକାରୀ ଦଳ ୧୨ ଜଣଙ୍କୁ ରେସ୍କ୍ୟୁ କରିଥିଲେ। ଉଦ୍ଧାର ହୋଇଥିବା ସମସ୍ତ ଯାତ୍ରୀ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି। କାହାକୁ କିଛି ଆଘାତ ଲାଗିନାହିଁ।
ଖବର ରହିଛି କି, ଜୁନ୍ ୬ ମଙ୍ଗଳବାର ଜାହାଜଟି ପୋର୍ଟ ଗାଲିବରୁ ବାହାରିଥିଲା। ରବିବାର ଏହା ପ୍ରତ୍ୟାବର୍ତ୍ତନ କରୁଥିଲା। ଏହାରି ଭିତରେ ମଝି ସମୁଦ୍ରରେ ଜାହାଜରେ ନିଆଁ ଲାଗିଯାଇଥିଲା। ଭୟଙ୍କର ନିଆଁ ଲାଗିବା ମାତ୍ରେ ଉଦ୍ଧାରକାରୀ ଦଳ ଲୋକଙ୍କ ଜୀବନ ରକ୍ଷା କରିଥିଲେ। ତେବେ ସର୍ଟ ସର୍କିଟ ଯୋଗୁ ଜାହାଜରେ ନିଆଁ ଲାଗିଥିବା ଜଣାପଡ଼ିଛି।