Nandan

୨୦୨୪ର ଶେଷ ଦିନରେ ନନ୍ଦନକାନନରେ ପ୍ରାୟ ୩୦ ହଜାର ପର୍ଯ୍ୟଟକ ବୁଲିଲେ ନନ୍ଦନକାନନ

Spread the love

ବାରଙ୍ଗ: ୨୦୨୪ର ଅନ୍ତିମ ଦିନରେ ନନ୍ଦନକାନନରେ ଜମିଲା ପର୍ଯ୍ୟଟକଙ୍କ ଭିଡ଼। ମଙ୍ଗଳବାର ରାଜ୍ୟ ତଥା ରାଜ୍ୟ ବାହାରୁ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଥିଲା। ସୂଚନା ଅନୁଯାୟୀ, ଚିଡ଼ିଆଖାନାକୁ ପ୍ରାୟ ୨୯ ହଜାର ୧୨୬ ଜଣ ପର୍ଯ୍ୟଟକ ବୁଲିଛନ୍ତି । ଅବଶ୍ୟ ଏହା ଗତ ବର୍ଷର ଶେଷ ଦିନରେ ଆସିଥିବା ୪୨,୮୩୨ ଜଣ ପର୍ଯ୍ୟଟକ ଠାରୁ ୧୩ ହଜାର ୭୦୬ କମ୍‌।

ତଥାପି ପ୍ରାଣୀ ଉଦ୍ୟାନର ବାଘ, ଭାଲୁ, ସିଂହ, ହାତୀ, କୁମ୍ଭୀର, ଜିରାଫ୍ ଖୁଆଡ଼ ସମ୍ମୁଖରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସଫାରୀ ଓ ଶିଶୁ ରେଳଗାଡ଼ି ପର୍ଯ୍ୟଟକ ବେଶ୍‌ ଉପଭୋଗ କରିଛନ୍ତି। ବିଶେଷ କରି ନୂତନ ଭାବରେ ନିର୍ମାଣ ହୋଇଥିବା ମାଙ୍କଡ଼ ଖୁଆଡ଼ ନିକଟରେ ପର୍ଯ୍ୟଟକ ଅଧିକ ସମୟ ବିତାଇବା ସହିତ ପସନ୍ଦ ମଧ୍ୟ କରିଛନ୍ତି।

ପର୍ଯ୍ୟଟକ ସହଜରେ ବୁଲିବା ପାଇଁ ଅନଲାଇନ ଛଡ଼ା ଅଧିକ ଟିକେଟ କାଉଣ୍ଟର ଖୋଲାଯାଇଥିଲା। ସଠିକ୍ ପରିଚାଳନା ପାଇଁ ବିଭିନ୍ନ ସ୍ଥାନରେ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ , ଥାନା ପକ୍ଷରୁ ଅଧିକ ସୁରକ୍ଷା କର୍ମୀ ଓ ଡାକ୍ତରୀ ଟିମ୍ ନିୟୋଜିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *