2 174 1732969800705

ଓଡ଼ିଶାର ୭ ଜିଲ୍ଲାରେ ଏବେ ବି ସକ୍ରିୟ ଅଛନ୍ତି ମାଓବାଦୀ : ବିଏସଏଫ ଆଇଜି

Spread the love

ଭୁବନେଶ୍ଵର: ଭାରତରେ ମୋଟ୍ ୩୮ ଜିଲ୍ଲାରେ ମାଓବାଦୀ ସକ୍ରିୟ ରହିଛନ୍ତି। ଏଥିରୁ ଓଡ଼ିଶାରେ ୭ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ଜାରି ରହିଛି। ରାଜ୍ୟରେ ୬୦ରୁ ୭୦ ମାଓବାଦୀ ସକ୍ରିୟ ଅଛନ୍ତି। ଏଥିରୁ ୭ କ୍ୟାଡର ହେଉଛନ୍ତି ଓଡ଼ିଆ। ଓଡ଼ିଶାରେ ମାଓ ଦମନରେ ବିଏସଏଫ ଉଲ୍ଲେଖନୀୟ ଭୂମିକା ଗ୍ରହନ କରିଛି। ଶନିବାର ଭୁବନେଶ୍ଵରରେ ବିଏସଏଫ ଓଡ଼ିଶା ହେଡକ୍ୱାର୍ଟରେ ଆଜି ବିଏସଏଫ ଆଇଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଆଇଜି ଚାରୁ ଧ୍ଵଜ ଅଗ୍ରୱାଲ କହିଛନ୍ତି ୨୦୧୦ରେ ଓଡ଼ିଶାର କୋରାପୁଟ ଓ ମାଲକାନଗିରିରେ ମାଓବାଦୀ ଗତିବିଧି ଚରମରେ ଥିବା ବେଳେ ବିଏସଏଫ ଓଡ଼ିଶା ପୋଲିସ ସହ ମିଶି ମାଓ ଦମନରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା। ଅନେକ ଗୁରୁତ୍ଵପୂର୍ଣ୍ଣ ଅପରେସନରେ ସାମିଲ ଥିଲା ବିଏସଏଫ। ୨୦୦୪ କୋରାପୁଟ ପୋଲିସ୍ ଉପରେ ଆକ୍ରମଣ, ୨୦୦୬ମୋଟୁ ପୋଲିସ୍ ପୋଷ୍ଟ ଆକ୍ରମଣ ଏବଂ ୨୦୦୯ ଦାମନଯୋଡିରେ ସିଏସ୍ଏଫ୍ ଆମ୍ବୁସ୍ ଭଳି ଘଟଣା ଓୀଡ଼ିଶାକୁ ଦୋହଲରାଇ ଦେଇଥିଲା।
ଏହା ପରେ ଓଡିଶା ପୋଲିସର ସକ୍ରିୟ ସହଯୋଗରେ ବିଏସଏଫ ନକ୍ସଲବାଦ ବିରୋଧରେ ଲଢେଇ ଜୋରଦାର କରିଥିଲା। ରାଜ୍ୟର ମାଓ ପ୍ରବଣ ଜିଲ୍ଲା କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ବୌଦ୍ଧରେ ବିଏସଏଫକୁ ମୁତୟନ କରାଯାଇଥିଲା। ବିଭିନ୍ନ ଅପରେସନରେ ଅନେକ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଥିଲା ଏବଂ ହାର୍ଡ-କୋର କ୍ୟାଡରଙ୍କ ଆତ୍ମସମର୍ପଣ କରିଥିଲେ। ୩୪ ଆଇଇଡି, ୧୧୭ ଗ୍ରେନେଡଏବଂ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ହୋଇଥିଲା।
ବିଏସଏଫ ଆଇଜି କହିଛନ୍ତି, ସବୁଠୁ ବଡ଼ ସଫଳତା ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ (ଯାହା ଏବେ ସ୍ଵାଭିମାନ ଅଞ୍ଚଳ ଭାବେ ପରିଚିତ)ରେ ମାଓ ଦମନ କରାଯିବ ସହ ସେହି ଅଞ୍ଚଳର ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଡ଼ା ଯାଇଥିଲା। ଆଉ ଏଥିରେ ଗୁରୁପ୍ରିୟା ସେତୁ ନିର୍ମାଣ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ବିଏସଏଫ ସୁରକ୍ଷା ଯୋଗାଇ ଗୁରୁପ୍ରିୟା ସେତୁ ନିର୍ମାଣ ପୂର୍ଣ୍ଣ କରିଥିଲା। ମାଓ ପ୍ରବଳ ଜିଲ୍ଲାମାନଙ୍କରେ ରାସ୍ତା, ବ୍ରିଜ, ସ୍କୁଲ, ସ୍ଵାସ୍ଥ୍ୟ କେନ୍ଦ୍ର, ଦକ୍ଷତା ବିକାଶ କେନ୍ଦ୍ର ଓ ଅଙ୍ଗନଓ୍ଵାଡ଼ି କେନ୍ଦ୍ର ନିର୍ମାଣରେ ବିଏସଏଫ ନିଜର ଦାୟିତ୍ଵ ସୂଚାରୁରୂପେ ତୁଲାଇଥିଲା।
ଆଇଜି କହିଛନ୍ତି, ଇଣ୍ଡୋ-ବାଂଲାଦେଶ ଆମ ପାଇଁ ଆହ୍ଵାନ ପାଲଟିଛି। ମାନବ ଚାଲାଣ, ଅସ୍ତ୍ରଶସ୍ତ୍ର ଚାଲାଣ ଓ ବେଆଇନ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ତଥାପି ବର୍ଡରରେ ସ୍ଥାନୀୟ ଲୋକଙ୍କ ଗହଳି ଅଧିକ ରହୁଥିବାରୁ ଅସାମାଜିକ ବ୍ୟକ୍ତି ଏହାର ଫାଇଦା ଉଠାଉଛନ୍ତି। ତଥାପି ସ୍ଥିତି ଉପରେ ନିୟନ୍ତ୍ରଣ ରଖାଯାଇଛି।

Leave a Reply

Your email address will not be published. Required fields are marked *