ପାଣିପାଗ ନେଇ ସତର୍କ ସୂଚନା; ୨୩ରୁ ବର୍ଷା ଆଶଙ୍କା

Spread the love

ଭୁବନେଶ୍ବର: ଆଉ ଗୋଟିଏ ଦିନ ତାତିର ପ୍ରକୋପ ରହିବ। ୨୩ ତାରିଖ ଠାରୁ ବର୍ଷା ଆଶ୍ବସ୍ତି ଦେବ। ପରେ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରାଯାଉଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଶ୍ରୀ ଦାଶ କହିଛନ୍ତି ଯେ, ସ୍ୱଭାବିକ ଭାବେ ଫେବ୍ରୁଆରି ତୃତୀୟ ସପ୍ତାହ ଠାରୁ ତାପମାତ୍ରା ବୃଦ୍ଧି ହୋଇଥାଏ। ଜାନୁଆରି ୧୪ ପରଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯୋଗୁଁ ତାପମାତ୍ରା ବୃଦ୍ଧି ହୋଇଥାଏ। ଗୁରୁଚାପ ବଳୟ ଯୋଗୁ ଦିନ ସମୟରେ ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବିତ ହେବା ଦ୍ଵାରା ଦିନ ତାପମାତ୍ରା ବୃଦ୍ଧି ହେଉଛି। ଏହି ପ୍ରଭାବ ଆଗାମୀ ଦୁଇ ଦିନ ଅର୍ଥାତ୍ ଆଜି (ବୁଧବାର) ଓ ଆସନ୍ତାକାଲି (ଗୁରୁବାର) ଦିନ ତାପମାତ୍ରା ବୃଦ୍ଧି ପାଇବା ସହିତ ରାତି ତାପମାତ୍ରା ମଧ୍ୟ ସ୍ୱଭାବିକ ଠାରୁ ତିନରୁ ଚାରି ଡିଗ୍ରି ଅଧିକ ରହିଛି। ଏହା ପରେ ୨୩ ତାରିଖ ଠାରୁ ଦିନ ତାପମାତ୍ରାରେ ଦୃଷ୍ଟାନ୍ତ ମୂଳକ ହ୍ରାସ ଘଟିବାର ସମ୍ଭାବନା ରହୁଛି। ଏହା ସହିତ ୨୨ ତାରିଖ ଠାରୁ ବର୍ଷାର ମଧ୍ୟ ପୂର୍ବାନୁମାନ କରାଯାଇଛି।

ଆସନ୍ତା ୨୩ ଏବଂ ୨୪ ତାରିଖରେ ବର୍ଷାର ପରିମାଣ ବଢ଼ିବ। କିଛି କିଛି ଜିଲ୍ଲାରେ ୨୬ ତାରିଖ ପର୍ଯ୍ୟନ୍ତ ହାଲୁକା ବର୍ଷା ଜାରି ରହିବ। ଆଗାମୀ ପାଞ୍ଚରୁ ଛ ଦିନ ରାତି ତାପମାତ୍ରା କମିବାର ସମ୍ଭାବନା ନାହିଁ। ବାୟୁମଣ୍ଡଳରେ ଆଦ୍ରତା ଅଧିକ ନଥିବା ହେତୁ ଦିନରେ ଅଧିକ ତାପମାତ୍ରା ହଉଥିଲେ ମଧ୍ୟ ସନ୍ଧ୍ୟା ସମୟରେ ତାପମାତ୍ରା ହ୍ରାସ ପାଉଛି। ଏହା ଫଳରେ ଅଂଶୁଘାତର ହେବାର ଆଶଙ୍କା ନାହିଁ। କିନ୍ତୁ ଅଧିକ ଗୁଳୁଗୁଳି ଅନୁଭୁତ ହେଉଥିବାରୁ ଘରୁ ବାହାରକୁ ଯିବା ସମୟରେ ପାଣି ନେବା ସହିତ ଛତା ନିଅନ୍ତୁ ଏବଂ କଳା ପୋଷାକ ପରିଧାନ ନ କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *