ଧର୍ମେନ୍ଦ୍ର ଭାଇ ପରୀ ପାଇଁ ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ: ପ୍ରଣବ ପ୍ରକାଶ ଦାସ

Spread the love

pranab-dharmendra-750x430

ଭୁବନେଶ୍ୱର: ନୟାଗଡ଼ର ଚାଞ୍ଚଲ୍ୟକର ପରୀ ହତ୍ୟା ମାମଲାରେ ଗତକାଲି କୋର୍ଟ ଅଭିଯୁକ୍ତ ନାବାଳକକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ନୟାଗଡ଼ର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ଚିଲଡ୍ରେନସ୍ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଥିଲେ । ଅଭିଯୁକ୍ତ ନାବାଳକ ଏହି ମାମଲାରେ ୫ ବର୍ଷର ପୀଡ଼ିତାଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା କରିଥିବା କୋର୍ଟରେ ପ୍ରମାଣିତ ହୋଇଥିଲା । କୋର୍ଟ ଅଭିଯୁକ୍ତକୁ ଦଫା ୩୬୩, ୩୭୬(ଏ), ୩୦୨, ୨୦୧ ଏବଂ ପୋସକୋ ଆଇନର ଧାରା ୬ ଆଧାରରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଏହି ପ୍ରସଙ୍ଗକୁ ନେଇ ଏବେ ରାଜନୀତି ଜୋର ଧରିଛି | ବିଜେଡି ନେତା ପ୍ରଣବ ପ୍ରକାଶ ଦାସ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି | ନିଜ ସୋସିଆଲ ମିଡିଆରେ ପ୍ରଣବ ଲେଖିଛନ୍ତି ଯେ, ‘ଧର୍ମେନ୍ଦ୍ର ଭାଇ, ପରୀ ହତ୍ୟାକାରୀକୁ ବଞ୍ଚାଇବାକୁ ଆପଣ ଯେଉଁ ହୀନ ଉଦ୍ୟମ କଲେ ଏବଂ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନାମୀଦାମୀ ଓକିଲ ଲଗାଇ ମାମଲାକୁ ବିଳମ୍ବିତ ଆଉ ଦିଗହରା କରି ନିଜ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଯେଉଁ କାର୍ଯ୍ୟ କଲେ ତାକୁ ଓଡ଼ିଶାବାସୀ ଦେଖିଛନ୍ତି ।

ଓଡ଼ିଶା ଇତିହାସରେ ଏଭଳି ନିମ୍ନସ୍ତରର ରାଜନୀତି କେବେ ଦେଖାଯାଇନଥିଲା। ଆପଣ ଓଡ଼ିଶାର ରାଜନୀତିକୁ ବହୁ ତଳସ୍ତରକୁ ନେଇଗଲେ। ଗତକାଲିର ରାୟ ପରେ ଆପଣଙ୍କ ଅନ୍ତରାତ୍ମା ଆପଣଙ୍କୁ କିଭଳି ଶାନ୍ତିରେ ରଖାଇ ଦେଉଛି? ନିଜେ ଆଇନା ସାମ୍ନାରେ ଠିଆ ହୋଇ ନିଜର ଅନ୍ତରାତ୍ମାକୁ ପଚାରନ୍ତୁ, ଆପଣ ଠିକ୍ କରିଛନ୍ତି ନା ଭୁଲ୍? ଶେଷରେ ଏତିକି କହିବାକୁ ଚାହିଁବି, ନୀରିହ, ନିଷ୍ପାପ, କୋମଳମତି ପରୀର ହତ୍ୟାକାରୀକୁ ବଞ୍ଚାଇବାକୁ ଆପଣ ଯେଉଁ ମହାପାପ କରିଛନ୍ତି, ସେଥିପାଇଁ ଓଡ଼ିଶାବାସୀ ବିଶେଷତଃ ଓଡ଼ିଶାର ମା’ମାନଙ୍କ ପାଖରେ କ୍ଷମା ମାଗନ୍ତୁ ଓ ନିଜ ପାପର ପ୍ରାୟଶ୍ଚିତ କରନ୍ତୁ।

Leave a Reply

Your email address will not be published. Required fields are marked *