ସ୍ବାମୀକୁ ବ୍ୟଭିଚାରୀ ବୋଲି ମିଥ୍ୟା ଆରୋପ ଲଗାଇବା ଘୋର ନିଷ୍ଠୁରତା, ଛାଡ଼ପତ୍ରର ଆଧାର ହୋଇପାରେ : ଦିଲ୍ଲୀ ହାଇକୋର୍ଟ

Spread the love

delhi-high-court-750x430

ନୂଆଦିଲ୍ଲୀ: ସ୍ୱାମୀଙ୍କ ବିରୋଧରେ ବୈବାହିକ ସମ୍ପର୍କର ଭିତ୍ତିହୀନ ଅଭିଯୋଗ ଆଣିବା ଏବଂ ସାର୍ବଜନୀନ ସ୍ଥାନରେ ବ୍ୟଭିଚାରୀ ବୋଲି ଆଖ୍ୟା ଦେବା ଘୋର ନିଷ୍ଠୁରତା ସଦୃଶ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଅଦାଲତ କହିଛନ୍ତି ଯେ ଏଭଳି କାର୍ଯ୍ୟ ଛାଡ଼ପତ୍ର ପାଇଁ ଆଧାର ପ୍ରଦାନ କରିଥାଏ। ଜଷ୍ଟିସ୍ ସୁରେଶ କୁମାର କୈତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସ୍ୱାମୀଙ୍କ ନିର୍ଯାତନା ଅଭିଯୋଗରେ ହୋଇଥିବା ଏକ ଆବେଦନର ଶୁଣାଣି କରି ଛାଡ଼ପତ୍ର ପାଇଁ ପରିବାର ଅଦାଲତଙ୍କ ଆଦେଶକୁ ବଜାୟ ରଖିଛନ୍ତି।
ଦିଲ୍ଲୀ ହାଇକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ ସ୍ୱାମୀ-ସ୍ତ୍ରୀ ଆବଶ୍ୟକ ସମୟରେ ପରସ୍ପରଠାରୁ ସମ୍ମାନ ଆଶା କରନ୍ତି ଏବଂ ସୁରକ୍ଷା ପାଚେରୀ ଭଳି କାମ କରନ୍ତି। ଖଣ୍ଡପୀଠଙ୍କ କହିବା ଅନୁଯାୟୀ, ଅନ୍ୟ ବ୍ୟକ୍ତିଙ୍କ ଚରିତ୍ର ଓ ସଚ୍ଚୋଟତାକୁ ନେଇ ବାରମ୍ବାର କଟାକ୍ଷ କରିବା ମାନସିକ ଯନ୍ତ୍ରଣା ସୃଷ୍ଟି କରିଥାଏ। ଅଦାଲତ ଏକ ଆଦେଶରେ କହିଛନ୍ତି ଯେ କୌଣସି ସଫଳ ବିବାହ ପାରସ୍ପରିକ ସମ୍ମାନ ଏବଂ ବିଶ୍ୱାସ ଉପରେ ଆଧାରିତ, କିନ୍ତୁ ଏହାର ଅଭାବହେଲେ ସମ୍ପର୍କର ଅନ୍ତ ନିଶ୍ଚିତ ।
କୋର୍ଟ ଉଲ୍ଲେଖ କରିଛନ୍ତି ଯେ, ଏହି ମାମଲାରେ ସ୍ୱାମୀଙ୍କୁ ତାଙ୍କ ପତ୍ନୀ ସର୍ବସାଧାରଣରେ ହଇରାଣ କରିବା ସହ ଅପମାନିତ କରିବା ସହ ଗାଳିଗୁଲଜ କରିଥିଲେ । ଅଫିସ ମିଟିଂ ସମୟରେ କର୍ମଚାରୀ ଓ ଅତିଥିଙ୍କ ସମ୍ମୁଖରେ ସ୍ୱାମୀଙ୍କୁ ନିନ୍ଦିତ କରିଥିଲେ । ଅଫିସ୍ ରେ ତାଙ୍କ ସ୍ୱାମୀଙ୍କୁ ଜଣେ ବ୍ୟଭିଚାରୀ ବ୍ୟକ୍ତି ଭାବରେ ଚିତ୍ରଣ କରିବାକୁ କୌଣସି ସୁଯୋଗ ଛାଡି ନଥିଲେ।

Leave a Reply

Your email address will not be published. Required fields are marked *