ତାମିଲନାଡ଼ୁ ସିଏମ୍‌ ଓ ପୁଅ ଉଦୟନିଧି ଷ୍ଟାଲିନ୍‌ଙ୍କ ବିରୋଧରେ କୋର୍ଟରେ ଅଭିଯୋଗ

Spread the love

ତାମିଲନାଡ଼ୁ ସିଏମ୍‌ ଏମ୍‌କେ ଷ୍ଟାଲିନ୍‌ ଓ ତାଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ଙ୍କ ବିରୋଧରେ ଅଭିଯୋଗ ଦାଖଲ। ବିହାରର ମୁଜାଫର୍‌ପୁର କୋର୍ଟରେ ସୋମବାର ଏହି ଅଭିଯୋଗ ଦାଖଲ କରାଯାଇଛି। ଆଇନଜୀବୀ ସୁଧୀର କୁମାର ଓଝା ସନାତନ ଧର୍ମ ବିରୋଧରେ ଉଦୟନିଧି ଦେଇଥିବା ବୟାନକୁ ନେଇ ଏହି ଅଭଯୋଗ ଦାଖଲ କରିଛନ୍ତି।

ଆଇନଜୀବୀ ଓଝା କହିଛନ୍ତି ଯେ ହିନ୍ଦୁ ଧର୍ମକୁ ଭୁଲ୍‌ ବୋଲି ଦର୍ଶାଇ ଅନ୍ୟ ଧର୍ମର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ମନ୍ତ୍ରୀ ଏଭଳି ବୟାନ ଦେଇଛନ୍ତି। ଏହା ବିରୋଧରେ ଆଇପିସି ଧାରା ୫୦୦, ୫୦୪, ୨୯୫, ୨୯୫(ଏ), ୨୯୮ ଏବଂ ୧୨୦ (ବି) ଅନୁଯାୟୀ ଏକ ଅଭିଯୋଗ ଦାଖଲ କରାଯାଇଛି। କୋର୍ଟ ଏହି ଅଭିଯୋଗକୁ ଗ୍ରହଣ କରିଛନ୍ତି। ଏହି ମାମଲାର ଶୁଣାଣି ପାଇଁ କୋର୍ଟ ସେପ୍ଟେମ୍ବର ୧୪ ତାରିଖ ଦେଇଛନ୍ତି।

କହି ରଖୁଛୁ, ତାମିଲନାଡ଼ୁର ଯୁବ କଲ୍ୟାଣ ଓ କ୍ରୀଡ଼ା ବିକାଶ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଏକ କାର୍ଯ୍ୟକ୍ରମରେ ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ସହ ତୁଳନା କରିଥିଲେ। ସେ ଏଭଳି ଟିପ୍ପଣୀ ଦେଇ କୋଟି କୋଟି ହିନ୍ଦୁଙ୍କ ଭାବନାକୁ ଆଘାତ ଦେଇଥିଲେ।

ଉଦୟନିଧି ଷ୍ଟାଲିନ୍ କହିଥିଲେ ଯେ ସନାତନକୁ କେବଳ ବିରୋଧ କରାଯିବା ଉଚିତ୍ ନୁହେଁ, ବରଂ ଏହାକୁ ସମାପ୍ତ କରିଦେବା ହିଁ ଦରକାର। ସନାତନ ଧର୍ମ ସାମାଜିକ ନ୍ୟାୟ ଏବଂ ସମାନତାର ବିରୋଧୀ। କିଛି ଜିନିଷକୁ ବିରୋଧ କରାଯାଇ ପାରିବ ନାହିଁ, ତାହାକୁ ଶେଷ କରିଦେବା ହିଁ ଉଚିତ୍। ଆମେ ଡେଙ୍ଗୁ, ମ୍ୟାଲେରିଆ କିମ୍ବା କରୋନାକୁ ବିରୋଧ କରିପାରିବା ନାହିଁ, ଏହାକୁ ଆମକୁ ଶେଷ କରିବାକୁ ହେବ। ଏହିଭଳି ସନାତନ ଧର୍ମକୁ ମଧ୍ୟ ଆମକୁ ଶେଷ କରିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *