୬୬ଟି ଦୋକାନର ତାଲା ଭାଙ୍ଗି ଟମାଟୋ ଓ ଅଦା ଲୁଟିନେଲେ ଚୋର

Spread the love

ରାଞ୍ଚି: ଟମାଟୋ ଓ ଅଦାର ମୂଲ୍ୟ ଏବେ ବି ଆକାଶଛୁଆଁ ହୋଇ ରହିଛି | ଏହି ଦୁଇଟିର ମୂଲ୍ୟ କମିବାର ନାମ ନେଉନାହିଁ | ଟମାଟୋ ଓ ଅଦାର ମୂଲ୍ୟ ଖାଉଟିଙ୍କୁ ବାଧୁଥିବାବେଳେ ଏବେ ଏହି ଦୁଇଟି ନେବାକୁ ଚୋର ମଧ୍ୟ ଉଦ୍ୟମ କରୁଛନ୍ତି | ନିକଟରେ ଝାଡ଼ଖଣ୍ଡରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ନିକଟରେ ଥିବା ଗୁମଲା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବାସ୍ତବରେ ଚୋରମାନେ ୬୬ଟି ଦୋକାନର ତାଲା ଭାଙ୍ଗି ଟମାଟୋ ଓ ଅଦା ଲୁଟିନେଇଛନ୍ତି | ଗୁମଲାର ବାଡାଇକ୍ ଅଞ୍ଚଳରେ ଥିବା ଏକ ମାର୍କେଟରୁ ଟମାଟୋ ଏବଂ ଅଦା ଚୋରି କରି ନେଇଯାଇଛନ୍ତି।

ବାସ୍ତବରେ ଝାଡ଼ଖଣ୍ଡରେ ଟମାଟୋ କିଲୋ ପିଛା ୨୦୦ ଟଙ୍କାରେ ବିକ୍ରି ହେଉଛି ଏବଂ ଅଦାର ମୂଲ୍ୟ କିଲୋଗ୍ରାମ ପିଛା ୪୦୦ ଟଙ୍କା ରହିଛି | ବିଶେଷ କରି ଟମାଟୋ ଏବଂ ଅଦା ମୂଲ୍ୟରେ ବୃଦ୍ଧି ଚୋରମାନଙ୍କୁ ଆକର୍ଷିତ କରୁଛି। ଚୋରି ହୋଇଥିବା ଟମାଟୋ ଏବଂ ଅଦାର ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଦୋକାନୀମାନେ ଏହି ଘଟଣାକୁ ବିରୋଧ କରି ଶନିବାର ଦିନ ବଜାର ବନ୍ଦ ରଖିଥିଲେ। ଦୋକାନୀମାନେ ଏନେଇ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ | ପୁଲିସ ଏବେ ନିକଟସ୍ଥ ଦୋକାନ ଏବଂ ଘରେ ଲଗାଯାଇଥିବା ସିସିଟିଭି କ୍ୟାମେରା ଯାଞ୍ଚ କରି ଚୋରମାନଙ୍କୁ ମଧ୍ୟ ଚିହ୍ନଟ କରିଛି। ଚୋରମାନେ ଶୀଘ୍ର ଗିରଫ ହେବେ ବୋଲି ପୁଲିସ କହିଛି |

Leave a Reply

Your email address will not be published. Required fields are marked *