“ରାହୁଲଙ୍କୁ ଡରିଗଲେ କେନ୍ଦ୍ର ସରକାର” ସଂଜୟ ରାଉତଙ୍କ ସମାଲୋଚନା

Spread the love

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି ସୁପ୍ରିମ୍ କୋର୍ଟ। ଏହା ସତ୍ତ୍ବେ ତାଙ୍କ ସାଂସଦ ପଦ ଫେରସ୍ତ ହେଉନଥିବାରୁ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ କଡ଼ା ସମାଲୋଚନା କରିଛନ୍ତି ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ।
ସେ କହିଛନ୍ତି, ରାହୁଲ ଗାନ୍ଧିଙ୍କୁ ସରକାର ଭୟ କରୁଛନ୍ତି। ସୁରତ କୋର୍ଟଙ୍କ ରାୟ ପରେ ବାଚସ୍ପତି ତାଙ୍କୁ ନିଲମ୍ବିତ କରିବା ସହ ତାଙ୍କୁ ଘରୁ ବାହାର କରି ଦେଇଥିଲେ। ସୁପ୍ରିମ୍ କୋର୍ଟ ଏହି ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି। ଆଜି ଏହି ନିଷ୍ପତ୍ତିକୁ ୩ ଦିନ ବିତିଯାଇଥିଲେ ମଧ୍ୟ ବାଚସ୍ପତି କହୁଛନ୍ତି ତାଙ୍କୁ ଅଧ୍ୟୟନ କରିବାକୁ ପଡ଼ିବ। ଏହାକୁ ହଟାଇବା ପୂର୍ବରୁ ଆପଣ ଅଧ୍ୟୟନ କରିଥିଲେ କି? କଣ ଅଧ୍ୟୟନ କରିବେ ? ଆପଣଙ୍କୁ ସେହି ବିଷୟରେ ପିଏଚଡି କରିବାକୁ ପଡିବ କି?”

ଏହା ପୂର୍ବରୁ ସଞ୍ଜୟ ରାଉତ ଗତ ଶୁକ୍ରବାର (ଅଗଷ୍ଟ ୦୪) କହିଥିଲେ, ସୁପ୍ରିମକୋର୍ଟଙ୍କ ରାୟ ପରେ ଲୋକସଭା ବାଚସ୍ପତି ଗାନ୍ଧୀଙ୍କ ସାଂସଦ ପଦ ପାଇଁ ଅଯୋଗ୍ୟତା ରଦ୍ଦ କରିବା ଉଚିତ। ଗତ ଦୁଇ ବର୍ଷ ଧରି ବିଜେପି ନେତୃତ୍ୱାଧୀନ ସରକାର ବିରୋଧରେ ରାହୁଲ ଗାନ୍ଧି ଯେଉଁ ଭଳି ଆକ୍ରମଣ କରି ଆସୁଥିଲେ, ସେଥିପାଇଁ ତାଙ୍କୁ ସଂସଦରୁ ବହିଷ୍କାର କରିବା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା।

Leave a Reply

Your email address will not be published. Required fields are marked *