ସୀମା ହାଇଦର୍‌ଙ୍କ ସହ ସଚିନ୍‌ ଓ ତାଙ୍କ ବାପାଙ୍କୁ ଉଠାଇନେଲା ATS

Spread the love

ପାକିସ୍ତାନରୁ ଭାରତ ପଳାଇ ଆସିଥିବା ସୀମା ହାଇଦର୍‌ଙ୍କୁ ଉଠାଇ ନେଇଛି ଉତ୍ତର ପ୍ରଦେଶ ଏଟିଏସ୍‌ (ATS)। ଏବେ ଏଟିଏସ୍‌ ଆକ୍ସନ ମୁଡ୍‌କୁ ଆସି ସୀମା ହାଇଦର୍‌ଙ୍କୁ ପଚରାଉଚରା କରୁଛି। ନୋଏଡାର ଏକ ଗୁପ୍ତ ସ୍ଥାନରେ ଏହି ପଚରାଉଚରା ଚାଲିଛି। ଏଟିଏସ୍‌ ଟିମ୍‌ ସୀମାଙ୍କ ବ୍ୟତୀତ ତାଙ୍କ କଥିତ ପ୍ରେମିକ ସଚିନ୍ ଏବଂ ସଚିନ୍‌ଙ୍କ ବାପାଙ୍କୁ ମଧ୍ୟ ଉଠାଇ ନେଇ ପଚରାଉଚରା କରୁଛି। ଏହାଦ୍ୱାରା ସତ ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି।

ପୋଲିସ ସୂଚନା ମୁତାବକ, ଏଟିଏସ୍ ଟିମ୍ ତିନି ଜଣଙ୍କୁ ନୋଏଡାର ଏକ ଗୁପ୍ତ ସ୍ଥାନରେ ପଚରାଉଚରା କରୁଛି। ସୋମବାର ଦ୍ୱିପ୍ରହରରେ ଟିମ୍ ସାଦା ପୋଷାକରେ ଗ୍ରେଟର ନୋଏଡାସ୍ଥିତ ସଚିନ୍‌ଙ୍କ ଘରେ ପହଞ୍ଚିଥିଲା ଏବଂ ତିନି ଜଣଙ୍କୁ ଉଠାଇ ଆଣିଥିଲା। ଏହି ସମୟରେ ଗଳି ରାସ୍ତାରେ ଗଣମାଧ୍ୟମର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

କୁହାଯାଉଛି ଯେ ଗତ କିଛି ଦିନ ଧରି ଲଗାତାର ଚର୍ଚ୍ଚାରେ ରହିଥିବା ସୀମା ହାଇଦର୍‌ଙ୍କୁ ନେଇ ଗୁଇନ୍ଦା ସଂସ୍ଥା ବହୁତ ସତର୍କ ହୋଇଯାଇଛି। ପାକିସ୍ତାନରୁ ନୋଏଡା ପର୍ଯ୍ୟନ୍ତ ଥିବା ସୀମାଙ୍କ ଯାତ୍ରା ସମ୍ପର୍କରେ ସଂସ୍ଥା ତଥ୍ୟ ସଂଗ୍ରହ କରୁଛି। ସୀମାଙ୍କର ସମ୍ପୂର୍ଣ୍ଣ ରୁଟ୍ ମ୍ୟାପ୍‌ ଉପରେ ସଂସ୍ଥା କାମ କରୁଛି।

ସୂଚନାଥାଉ କି, କିଛି ଦିନ ତଳେ ସୀମା ହାଇଦର୍‌ ପାକିସ୍ତାନ ଛାଡି ଭାରତ ପଳାଇ ଆସିଥିଲେ। ସେ ନିଜ ପିଲାମାନଙ୍କୁ ଧରି ନେପାଳ ରାସ୍ତା ଦେଇ ନୋଏଡାରେ ପହଞ୍ଚିଥିଲେ। ସେବେଠାରୁ ସୀମା ଲଗାତାର ଚର୍ଚ୍ଚାରେ ରହିଛନ୍ତି। ତେବେ ବେଆଇନ ଭାବେ ଏବଂ କାହା ଅଜାଣତରେ ସୀମା ପାକିସ୍ତାନରୁ ଭାରତ ପଳାଇ ଆସିବାକୁ ଅନେକ ପ୍ରକାରର ଆଲୋଚନା ଚାଲିଛି। ସେ ପାକିସ୍ତାନୀ ଗୁପ୍ତଚର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ପଡୋଶୀ ଦେଶରୁ ହଠାତ୍ ପଳାଇ ଆସିବା ପରେ ଉତ୍ତର ପ୍ରଦେଶ ପୋଲିସ ଏବଂ ଏଟିଏସ୍ ସତର୍କ ରହିଛନ୍ତି।

Leave a Reply

Your email address will not be published. Required fields are marked *