ଅଷ୍ଟ୍ରେଲିଆ ଆକାଶରେ ଚାନ୍ଦ ପରି ଚମକୁଛି ଚନ୍ଦ୍ରଯାନ
ନୂଆଦିଲ୍ଲୀ: ଇସ୍ରୋ ଚନ୍ଦ୍ରଯାନ ଜହ୍ନ ରାଇଜର ଯାତ୍ରାରେ ବାହାରି ଯାଇଛି । କେତେବେଳେ କୁଆଡେ ଯାଉଛି ଚନ୍ଦ୍ରଯାନ ତାହାକୁ ଦେଖିବାପାଇଁ ଭାରତୀୟ ମହାକାଶ ବିଜ୍ଞାନୀ ଚାହିଁ ରହିଛନ୍ତି । ଖାଲି ଭାରତ ନୁହେଁ, ଏହି ମିଶନ ମୁନ-୩ ଉପରେ ସାରା ବିଶ୍:ର ଆଖି । ସମସ୍ତେ ଚନ୍ଦ୍ରଯାନର ସଫଳତା କାମନା କରୁଛନ୍ତି । ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧବନ ସ୍ପେଶ ସେଣ୍ଟରରୁ ଏହି ଚନ୍ଦ୍ରଯାନଲଞ୍ଚ କରଯାଇଥିଲା । ଅଗଷ୍ଟ୨୩ ସୁଦ୍ଧା ଏହି ଯାନ ଚନ୍ଦ୍ର ପୃଷ୍ଟରେ ଲାଣ୍ଡ କରିବାର ସମ୍ଭାବନା ରହିଛି ।
ଚନ୍ଦ୍ରଯାନର ଏହି ଯାତ୍ରାକୁ କେବଳ ବୈଜ୍ଞାନିକ ନୁହେଁ, ସାରା ବିଶ୍ୱର ଲୋକେ ୟୁଟିଉବରେ ଦେଖୁଥିଲେ । ତେବେ ଚନ୍ଦ୍ରଯାନର ଯାତ୍ରା ଯେତିକି ଟ୍ରେଣ୍ଡ କରୁଥିଲା ତାଠାରୁ ଅଧିକ ଧ୍ୟାନ ଆକର୍ଷଣ କରୁଛି ଏବେ ଅଷ୍ଟ୍ରେିଲିଆ ଆକାଶରେ ଚନ୍ଦ୍ରଯାନର ଝଲକ ।
ଏହି ଦୃଶ୍ୟକୁ Dylan O’Donnell ନାମକ ଜଣେ ବ୍ୟକ୍ତି ନଜ ୟୁଟିଉବ ଚାନେଲଏବଂ ଟୁଇଟରରେ ସେୟାର କରିଛନ୍ତି ।ଏଥିରେ ଚନ୍ଦ୍ରଯାନ ଆକାଶରେ ଯେମିତି ଚନ୍ଦ୍ର ପରି ଚମକୁଛି ।ସେ ଟୁଇଟରରେ ଏହି ଦୃଶ୍ୟକୁ ସେୟାର କରି ଲେଖିଛନ୍ତି, କିଛି କ୍ଷଣ ପୂର୍ବରୁ ୟୁଟିଉବରେ ଭାରତର ଚନ୍ଦ୍ରଯାନ ଲଞ୍ଚ ହେବା ଦେଖିବାକୁ ମିଳିଥିଲା । ଏହାର ତିନି ମିନିଟ ପରେ ମୋ ଘରର ଛାତରୁ ଆକାଶରେ ଏହା ଉଡୁଥିବା ଦେଖିବାକୁ ମିଳିଥିଲା ।’ ସେ ଆହୁରି ଲେଖିଛନ୍ତି, ଆଶା କରୁଛି, ଏଥରକ ଇସ୍ରୋର ଲାଣ୍ଡିଂ ସଫଳ ହେଉ ।’
ଡାଇଲାନ ଏକ ୟୁଟିଉବ ଚାନେଲର ମାଲିକ । ସେ ମହାଜାଗତିକ ତଥ୍ୟ ତଥା ମହାକାଶ ଫଟୋଗ୍ରାଫି ଉପରେ ଲେଖନ୍ତି ତଥା ସ୍କୁଲପିଲାଙ୍କ ବିଜ୍ଞାନ ସମ୍ପର୍କିତ ତଥ୍ୟ ମଧ୍ୟ ପ୍ରଦାନ କରିଥାନ୍ତି । ତାଙ୍କର ଏହି ଫଟୋ ପୋଷ୍ଟ ହେବାପରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି । ପ୍ରଥମ ୨ ଦିନରେ ହିଁ ୭.୪ ଲକ୍ଷ ଭିଉ ମିଳିଲାଣି । ୧୨ ହଜାରରୁ ଅଧିକ ଲୋକ ଏହା ଉପରେ କମେଣ୍ଟ ଦେଇ ସାରିଲେଣି ।