ସମ୍ପୂର୍ଣ୍ଣ ଦେଶକୁ ଛୁଇଁଲା ମୌସୁମୀ ବାୟୁ
ସମ୍ପୂର୍ଣ୍ଣ ଦେଶକୁ ଛୁଇଁଲା ମୌସୁମୀ ବାୟୁ । ଆଜି ସାରା ଦେଶ କୁ ଅଗ୍ରସର ହୋଇଛି ଦକ୍ଷିଣ–ପଶ୍ଚିମ ମୌସୁମୀ ବାୟୁ । ସ୍ୱାଭାବିକ ତାରିଖ ୮ ଜୁଲାଇ ପରିବର୍ତ୍ତେ ୬ ଦିନ ଆଗରୁ ସାରା ଦେଶକୁ ଅଗ୍ରସର ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।
ଆସନ୍ତା ୨୪ ଘଣ୍ଟାରେ ୧୩ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଗତ ୩୦ ଘଣ୍ଟା ଧରି ଗୁଜରାଟରେ ପ୍ରବଳ ବର୍ଷା ଜାରି ରହିଛି । ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ଷା ଯୋଗୁ ବନ୍ୟା ସ୍ଥିିତି ଉପୁଜିଛି । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ SDRF ଏବଂ ଏୟାରଫୋର୍ସକୁ ନିୟୋଜିତ କରାଯାଇଛି ।