ପାଣି ବଦଳରେ ‘ସ୍ପିରିଟ୍‌’ ପିଆଇ ଦେବାରୁ ସରକାରୀ ଡାକ୍ତରଖାନାରେ ନାବାଳିକା ମୃତ

Spread the love

ଚେନ୍ନାଇ: ପାଣି ପରିବର୍ତ୍ତେ ‘ସ୍ପିରିଟ୍‌’ ପିଆଇ ଦେବାର କିଛି ସମୟ ପରେ ତାମିଲନାଡୁର ମଦୁରାଇସ୍ଥିତ ସରକାରୀ ଡାକ୍ତରଖାନାରେ ‘କିଡ୍‌ନି’ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଜଣେ ୯ ବର୍ଷୀୟ ଝିଅର ମୃତ୍ୟୁ ଘଟିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ସଂଗୃହୀତ ତଥ୍ୟାବଳି ଅନୁସାରେ, ଝିଅର ମାଆ ‘ସ୍ପିରିଟ୍‌’କୁ  ପାଣି ବୋଲି ଭାବି ଝିଅକୁ ପିଆଇ ଦେଇଥିଲେ। ମାଆ ଅଭିଯୋଗ କରିଛନ୍ତି ଯେ, ଝିଅର ବେଡ୍‌ ପାଖରେ ନର୍ସ ଦାୟିତ୍ବହୀନ ଭାବେ ‘ସ୍ପିରିଟ୍‌’ ରଖି ଦେଇଥିଲେ। ସେ ଭୁଲ୍‌ରେ ତାକୁ ପାଣି ବୋଲି ଧରିନେଇଥିଲେ।

‘ସ୍ପିରିଟ୍‌’ ପିଇବାର କିଛି ସମୟ ପରେ ଝିଅର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଲା ଏବଂ ସେ ମରିଗଲା।

କିନ୍ତୁ, ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ, ‘ସ୍ପିରିଟ୍‌’ ପିଇବା ସହିତ ଝିଅ ମୃତ୍ୟୁର କୌଣସି ସମ୍ପର୍କ ନାହିଁ। ମସ୍ତିଷ୍କରେ ଆଘାତ ଯୋଗୁଁ ତା’ର ମୃତ୍ୟୁ ଘଟିଛି।

ଡାକ୍ତରଖାନାର ଜଣେ ବରିଷ୍ଠ ମୂତ୍ରରୋଗ ବିଶେଷଜ୍ଞ କହନ୍ତି, କେବଳ ପାଟିରୁ ‘ସ୍ପିରିଟ୍‌’ର ଆଭାସ ମିଳିଛି। ତାହା ପୁଣି ଖୁବ୍‌ ସ୍ବଳ୍ପ ପରିମାଣର।

ଡାକ୍ତରଖାନାର ‘ଡିନ୍‌’ କହିଛନ୍ତି ଯେ, ‘ଡାଏଲେସିସ୍‌’ ଚିକିତ୍ସା ଚାଲିଥିବାରୁ ଝିଅକୁ ଖୁବ୍‌ କମ୍‌ ପରିମାଣର ପାଣି ପିଇବାକୁ ଦିଆଯାଉଥିଲା। ସେହି ହିସାବରେ ସେ ଖୁବ୍‌ କମ୍‌ ପରିମାଣର ‘ସ୍ପିରିଟ୍‌’ ପିଇଥିଲା ଏବଂ ତାହାକୁ ତୁରନ୍ତ ପାଟିରୁ ବାହାର କରି ପକାଇଥିଲା।

Leave a Reply

Your email address will not be published. Required fields are marked *