ନୀତୀଶଙ୍କ କ୍ୟାବିନେଟରୁ ଇସ୍ତଫା ଦେଲେ ଜିତନରାମ ମାଂଝୀଙ୍କ ପୁଅ

Spread the love

ପାଟନା: ବିହାର ରାଜନୀତିରୁ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝୀଙ୍କ ପୁଅ ସନ୍ତୋଷ ମାଂଝୀ ନୀତୀଶଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ସୂଚନାନୁସାରେ, ସନ୍ତୋଷ କହିଛନ୍ତି ଯେ ମୁଁ ମୋର ଇସ୍ତଫା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛି। ମୋର ଇସ୍ତଫା ପାଇଁ କେବଳ ଗୋଟିଏ କାରଣ ଅଛି | ଆମର ଦଳକୁ ଜେଡିୟୁ ସହ ମିଶ୍ରଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା | ଯେତେବେଳେ ଆମେ ଆମର କର୍ମୀ, ବିଧାୟକମାନଙ୍କ ସହ ଆଲୋଚନା କଲୁ, ସମସ୍ତେ ମିଶ୍ରଣ ପାଇଁ ମନା କରିଦେଲେ | ମିଶ୍ରଣ ପ୍ରସ୍ତାବ ଜେଡିୟୁ ପକ୍ଷରୁ ଆସିଥିଲା | ଆମେ ଜେଡିୟୁର ଭାବନାକୁ ସମ୍ମାନ କରୁ, କିନ୍ତୁ କିଛି ପ୍ରସଙ୍ଗରେ ଆମର ଦଳ ମଧ୍ୟ ଗଠନ ହୋଇଛି, ତେଣୁ ଆମେ ସଂଗ୍ରାମର ରାସ୍ତାରେ ଚାଲିବାକୁ ଉଚିତ ମନେ କଲୁ |

ତେଣୁ ମୁଁ କ୍ୟାବିନେଟରୁ ଇସ୍ତଫା ଦେଇଛି | ସେହିପରି ଏନଡିଏରେ ସାମିଲ ହେବା ପ୍ରଶ୍ନରେ ସନ୍ତୋଷ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ, ଆଗକୁ କ’ଣ ହେବ, ସମସ୍ତଙ୍କ ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ | ଆମ ଦଳ ମହାଗଠବନ୍ଧନଠାରୁ ନିଜକୁ ଅଲଗା କରିଛି। ଆମେ ରହିବାକୁ ଚାହୁଁଥିଲୁ କିନ୍ତୁ ବଡ ଦଳ ଆମକୁ ରଖିବାକୁ ଚାହୁଁନାହାଁନ୍ତି | ଉଲ୍ଲେଖ ଥାଉ କି ଯେ ବିହାର ସରକାରରେ ସନ୍ତୋଷ ଅନୁସୂଚିତ ଜାତି / ଜନଜାତି କଲ୍ୟାଣ ମନ୍ତ୍ରୀ ଥିଲେ | ତେବେ ତାଙ୍କର ଇସ୍ତଫା ଖବର ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି | କାରଣ ସୋମବାର ନିଜେ ଜିତନରାମ ଆଗାମୀ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଘୋଷଣା କରିଥିଲେ। ଏଥି ସହିତ ବିରୋଧୀ ଦଳର ବୈଠକରେ ନିମନ୍ତ୍ରଣ ପାଇ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *