ମୁମ୍ବାଇ ଲିଭ୍ ଇନ୍ ପାର୍ଟନରଙ୍କୁ ହତ୍ୟା ମାମଲା : ଅଭିଯୁକ୍ତକୁ ମାମୁଁ ବୋଲି ଡାକୁଥିଲେ ଯୁବତୀ
ମୁମ୍ବାଇର ମୀରା ରୋଡରେ ଶ୍ରଦ୍ଧା ୱାକର ଭଳି ହତ୍ୟାକାଣ୍ଡ ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି । ନିଜର ୩୨ ବର୍ଷୀୟ ଲିଭ ଇନ ପାଟନରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ପରେ ଟିକିଟିକ୍ କରି ସିଝାଇଥିବା ୫୬ ବର୍ଷୀୟ ମନୋଜ ସାଣେ ଏବେ ପୋଲିସ ରିମାଣ୍ଡରେ ନେଇଛି ।
ପୋଲିସ ରିମାଣ୍ଡରେ ନେଇଥିବା ବେଳେ ମନୋଜ କହିଛି, ସରସ୍ୱତୀ ୩ ଜୁନରେ ଆତ୍ମହତ୍ୟା କରିଥିଲା ସରସ୍ୱତୀ । ହତ୍ୟା ମାମଲା ଅଭିଯୋଗରୁ ବର୍ତ୍ତିବା ପାଇଁ ମନୋଜ କରିଥିଲା ଯୋଜନା । ହେଲେ ପୋଲିସ ତା’ କଥାକୁ ବିଶ୍ବାସ ନ କରି ଅଧିକ ତଦନ୍ତ କରୁଛି ।
ସେ ରବିବାର ଦିନ ତାଙ୍କ ଲିଭ ଇନ ପାର୍ଟନର ସରସ୍ୱତୀ ବୈଦ୍ୟଙ୍କୁ ହତ୍ୟା କରିବା ସହ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଦେଇଥିଲେ। ଏହାପରେ ସେଗୁଡ଼ିକୁ ପ୍ରେସରକୁକର୍ରେ ସିଝାଇ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ପଡୋଶୀଙ୍କ ସନ୍ଦେହ ହେବାରୁ ପୋଲିସକୁ ସେମାନେ ଖବର ଦେବା ପରେ ଖଣ୍ଡ ଖଣ୍ଡ ମୃତଦେହ ସହିତ ମନୋଜଙ୍କୁ ଗିରଫ କରିଛି।
ଖବର ମୁତାବକ, ମୃତ ସରସ୍ବତୀ ଅନାଥ ଥିଲେ । ସରସ୍ବତୀ ଅହମଦ ନଗରର ଜାନକୀବାଇ ଆପ୍ଟେ ବାଳିକା ଆଶ୍ରମରେ ରହି ପଢୁଥିଲେ । ସରସ୍ବତୀ ମନୋଜକୁ ମାମୁ ବୋଲି ଡାକୁଥିଲେ । ଆଉ ମାମୁଙ୍କର କପଡା ମିଲ ରହିଛି, ସେ ବହୁତ ଧନୀ ବୋଲି ଆଶ୍ରମରେ କହୁଥିଲେ ।
ସରସ୍ୱତୀ ଓ ମନୋଜଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ୨୦୧୪ରୁ ଆରମ୍ଭ ହୋଇଥିଲା। ମନୋଜ ତାଙ୍କ ଠାରୁ ବୟସରେ ବହୁତ ବଡ଼ ହୋଇଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୫ ବର୍ଷ ହେଲା ଉଭୟ ଲିଭଇନରେ ମଧ୍ୟ ରହୁଥିଲେ।
ସୂଚନାଯୋଗ୍ୟ, ଗତ ୫ ବର୍ଷ ହେଲା ମନୋଜ ଓ ସରସ୍ୱତୀ ମୀରା ରୋଡ଼ସ୍ଥିତ ଆକାଶଗଙ୍ଗା ସୋସାଇଟିରେ ବିଲଡିଂର ୭୦୪ ନମ୍ବର ରୁମରେ ରହୁଥିଲେ। ତେବେ ସେଠାରେ ରହିବା ବେଳେ ଉଭୟଙ୍କ ମଧ୍ୟରେ ବାରମ୍ବାର ପାଟିତୁଣ୍ଡ ମଧ୍ୟ ହେଉଥିଲା। ସେମାନେ ୫ ବର୍ଷ ହେଲା ଏଠାରେ ରହୁଥିଲେ ମଧ୍ୟ ପଡ଼ୋଶୀଙ୍କ ସହ ଖୁବ କମ ମିଶୁଥିଲେ। ମନୋଜ ମହିଳାଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ଶବକୁ ଖଣ୍ଡ ଖଣ୍ଡ କରି କାଟିଥିଲା। ଆଉ ପ୍ରମାଣ ନଷ୍ଟ କରିବାକୁ ପ୍ରେସରକୁକୁରରେ ଖଣ୍ଡ ମାଂସକୁ ସିଝାଇଥିଲା। ହେଲେ କିଛି ଦିନ ହେବ ସରସ୍ୱତୀ ବୈଦ୍ୟଙ୍କୁ ପଡୋଶୀ ଦେଖିବାକୁ ପାଇନଥିଲେ । ଏହାସହ ତାଙ୍କ ଘରୁ ଦୁର୍ଗନ୍ଧ ବାହାରୁଥିଲା । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଜୁବ୍ ହୋଇଯାଇଥିଲା । ମୃତ୍ୟୁ ୪ ଦିନ ପୂର୍ବରୁ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଜବତ କରିଛି ।