ଆରବ ସାଗରରେ ଆହୁରି ଶକ୍ତିଶାଳୀ ହେଉଛି ‘ବିପର୍ଯ୍ୟୟ’
ନୂଆଦିଲ୍ଲୀ : ଆରବ ସାଗରରେ କେନ୍ଦ୍ରୀଭୂତ ରହିଛି ଭେରି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମ ବିପର୍ଯ୍ୟୟ । ଏବେ ଏବେ ଘଣ୍ଟାପ୍ରତି ୨ କିଲୋମିଟର ବେଗରେ ଉତ୍ତର ଦିଗରେ ଗତି କରୁଛି । ଏହାପରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢିବ ବାତ୍ୟା । ଆସନ୍ତାକାଲି ଯାଏ ଅତି ଭୀଷଣ ବାତ୍ୟା ବିପର୍ଯ୍ୟୟର ତୀବ୍ରତା ଜାରି ରହିବ । ଏବେ ସମୁଦ୍ର ଭିତରେ ଘଣ୍ଟାପ୍ରତି ୧୪୦ କିଲୋମିଟର ବେଗରେ ପବନ ବହୁଛି ।
କାଲି ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୭୦ କିଲୋମିଟର ଛୁଇଁଯିବ । ଭାରତର ପଶ୍ଚିମ ଉପକୂଳରୁ ଧୀରେ ଧୀରେ ଦୂରେଇ ଯାଉଛି ବାତ୍ୟା ବିପର୍ଯ୍ୟୟ । ଏହାର ସିଧାସଳଖ ପ୍ରଭାବ ଭାରତର ପଶ୍ଚିମ ଉପକୂଳରେ ପଡ଼ିବ ନାହିଁ । କିନ୍ତୁ କେନ୍ଦ୍ରୀୟ ଆରବ ସାଗରରେ ଅଶାନ୍ତ ରହିଛି ସମୁଦ୍ର । ଆରବ ସାଗରରେ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ମୌସୁମୀ ଆଗମନ ବିଳମ୍ବ ହୋଇଛି । ଆଗକୁ ମୌସୁମୀ କେତେ ସକ୍ରିୟ ହେଉଛି ଓ ବର୍ଷା ପରିମାଣ କିଭଳି ରହିବ ତାଉପରେ ନଜର ।