ଜେଲ୍‌ରେ ସ୍ୱାମୀଙ୍କ ମୁହଁ ଦେଖୁ ଦେଖୁ ଟଳିପଡ଼ିଲା ଗର୍ଭବତୀ ପତ୍ନୀ

Spread the love

ବିହାରର ଭାଗଲପୁରରେ ଏକ ଦୁଃଖଦ ଘଟଣା ଘଟିଛି। ଘଟଣାରୁ ଜଣାପଡ଼ିଛି ଯେ ହତ୍ୟା ଉଦ୍ୟମରେ ଜେଲ୍‌ରେ ଥିବା ସ୍ୱାମୀଙ୍କୁ ଭେଟିବାକୁ ଯାଇଥିଲା ପତ୍ନୀ। ସେଠି ଯେତେବେଳେ ସେ ସ୍ୱାମୀଙ୍କ ମୁହଁ ଦେଖିଥିଲା, ତ ବେହୋସ୍‌ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ।

ତେବେ ଏହାରି ଭିତରେ ସବୁଠୁ ଦୁଃଖଦାୟକ କଥା ହେଲା, ମହିଳା ୮ ମାସର ଗର୍ଭବତୀ ଥିଲେ ଏବଂ ଜୁନ୍‌ ୨୭ରେ ତାଙ୍କର ପ୍ରସବ ହେବାର ଥିଲା। ସେପଟେ ମହିଳାଙ୍କ ମୃତ୍ୟୁ ପାଇଁ ତାଙ୍କ ଦିଅର ପୋଲିସ ପ୍ରଶାସନକୁ ଦାୟୀ କରିଛନ୍ତି। ଘଟଣା ଭାଗଲପୁରସ୍ଥିତ ବିଶେଷ କେନ୍ଦ୍ରୀୟ କାରାଗାରର। ଏହି ଘଟଣା ଗତକାଲି ଘଟିଥିଲା।

ସୂଚନା ରହିଛି ଯେ ଜମିବାଡ଼ିକୁ ନେଇ ମହିଳାଙ୍କ ସ୍ୱାମୀ ଗୁଡ଼ୁ ଯାଦବଙ୍କର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ବିବାଦ ହୋଇଥିଲା। ଏହି ଘଟଣାରେ ଗୁଡ଼ୁଙ୍କ ବିରୋଧରେ ଧାରା ୩୦୭ ଅନୁଯାୟୀ ମାମଲା ରୁଜୁ ହୋଇଥିଲା, ଯେଉଁ କାରଣରୁ ଗୁଡ଼ୁ ଗତ ୮ ମାସ ହେବ ଜେଲ୍‌ରେ ରହି ଦଣ୍ଡ ଭୋଗୁଛନ୍ତି।

ପୋଲିସ ଅନୁସାରେ, ମୃତ ମହିଳାଙ୍କ ନାମ ପଲ୍ଲବୀ। ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଶବ ବ୍ୟବଚ୍ଛେଦ ପାଇଁ ରାଜି ହୋଇ ନ ଥିଲେ। ପରେ ଆଇନଗତ କାର୍ଯ୍ୟ ଶେଷ ହେବା ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅନ୍ତିମ ସଂସ୍କାର ପାଇଁ ପଲ୍ଲବୀଙ୍କ ସ୍ୱାମୀ ପୋଲିସ ସୁରକ୍ଷାରେ ଶ୍ମଶାନ ଘାଟରେ ପହଞ୍ଚିଥିଲେ। ସେଠାରେ ସେ ପତ୍ନୀଙ୍କ ଚିତାରେ ମୁଖାଗ୍ନି ଦେଇଥିଲେ।

Leave a Reply

Your email address will not be published. Required fields are marked *