ମଣିପୁରରେ ପୁଣି ହିଂସା । ଆମ୍ବୁଲାନ୍ସରେ ନିଆଁ ଲଗାଇଦେଲେ ଲୋକେ । ମା’ ପୁଅ ସମେତ ୩ ମୃତ

Spread the love

ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । ମଣିପୁର ରାଜଧାନୀ ଇମ୍ଫାଲରେ ରବିବାର ଦିନ ଏକ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଛନ୍ତି ଲୋକେ । ଫଳରେ ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କର ମୃତ୍ୟୁ ହୋଇଛି । ଆମ୍ବୁଲାନ୍ସରେ ଜଣେ ମହିଳା ଏବଂ ତାଙ୍କ ପୁଅ ଓ ଜଣେ ସଂପର୍କୀୟ ରହିଥିଲେ ।

ଖବର ମୁତାବକ, ସେମାନେ ପିଲାକୁ ଆମ୍ବୁଲାନ୍ସରେ ହସପିଟାଲ ନେଇ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି । ଏହି ଘଟଣା ଲାମ୍ଫେଲ ପୋଲିସ ଥାନା ଅନ୍ତର୍ଗତ ଇମ୍ଫାଲର ପଶ୍ଚିମ ଇରୋଇସେମ୍ବା ଅଞ୍ଚଳରେ ଘଟିଛି । ସନ୍ଧ୍ୟା ୭ଟା ସମୟରେ ଦୁର୍ବୃତ୍ତ ଏଭଳି କାଣ୍ଡ କରିଛନ୍ତି ।

ଏହି ଘଟଣାରେ ପୋଲିସ ଯାଞ୍ଚ କରି କହିଛି କି, ଆମ୍ବୁଲାନ୍ସ ଭିତରୁ କେବଳ କିଛି ହାଡ ମିଳିଛି । ଏହି ମାମଲାରେ ଏଫଆଇଆ ଦାଏର କରାଯାଇଛି । ଆମ୍ବୁଲାନ୍ସରେ ଥିବା ମହିଳା ଏବଂ ତାଙ୍କ ୭ ବର୍ଷର ପୁଅ ଓ ଜଣେ ସଂପର୍କୀୟ ରହିଥିଲେ ।

ସୂଚନାଯୋଗ୍ୟ, ମଣିପୁରରେ ମାସେ ପୂର୍ବରୁ ଜାତୀୟ ହିସାଂ ଯୋଗୁଁ ଅତିକମରେ ୯୮ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ୩୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ରାଜ୍ୟର ପାଖାପାଖି ୩୭ ହଜାର ଲୋକ ୨୭୨ ଶରାଣାର୍ଥୀ ଶିବିରରେ ରହିଛନ୍ତି ।

ମଣିପୁର ମେ ୩ ତାରିଖରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଉପୁଜିଛି। ରାଜ୍ୟରେ ହିଂସା ନିୟନ୍ତ୍ରଣ ବାହାରେ ହେବାରୁ ଶାହା ଚାରି ଦିନିଆ ଗସ୍ତ ପାଇଁ ସୋମବାର ମଣିପୁରରେ ପହଞ୍ଚିଛନ୍ତି। ମଣିପୁରରେ ପାଖାପାଖି ୫୩ ପ୍ରତିଶତ ମେତେଇ ସମୁଦାୟର ଲୋକ ରହିଛନ୍ତି । ଅଧିକାଂଶ ଲୋକ ଇମ୍ଫାଲ ଘାଟିରେ ରହୁଛନ୍ତି ।

ମୋରେହ ସହର ମଣିପୁରର ପୂର୍ବ କୋଣରେ ଅବସ୍ଥିତ। ମୈତେଇ, ତାମିଲ, ପଞ୍ଜାବୀ, ମୁସଲିମ, ବେଙ୍ଗ୍ ଏବଂ କୁକିକୁ ମିଶାଇ ପାଖାପାଖି ୩୦,୦୦୦ ଲୋକ ଏଠାରେ ବାସ କରନ୍ତି। ସହରରେ ବାକିମାନଙ୍କ ତୁଳନାରେ କୁକିଙ୍କ ସଂଖ୍ୟା ଅଧିକ ରହିଛି। ରାଜ୍ୟରେ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଘଟିଛି। ମଣିପୁରରେ ବର୍ତ୍ତମାନ ଅନେକ ଅଞ୍ଚଳରେ କର୍ଫ୍ୟୁ ଲାଗି ରହିଥିଲା ।

Leave a Reply

Your email address will not be published. Required fields are marked *