ରେଳ ଦୁର୍ଘଟଣା ମୃତାହତଙ୍କୁ ସହାୟତା, ସରକାରଙ୍କ ପକ୍ଷରୁ ୫ଲକ୍ଷ ଏବଂ ଜିଲ୍ଲା ରେଡକ୍ରସ ତରଫରୁ ୧୦ ହଜାର ପ୍ରଦାନ

Spread the love

ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ମୃତ ଓ ଆହତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ସହାୟତା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି। ଦୁର୍ଘଟଣାରେ ବାଲେଶ୍ୱର ଜିଲ୍ଲାର ୧୪ଜଣଙ୍କ ମୃତ୍ୟୁ ହୋଇଛି।

ମୃତକଙ୍କ ପରିବାର ଓ ଆତ୍ମୀୟସ୍ୱଜଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କା ଏବଂ ଜିଲ୍ଲା ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ବାଲେଶ୍ଵର ବିଧାୟକ ସ୍ୱରୂପ ଦାସଙ୍କ ନେତୃତ୍ୱରେ ମୃତ ବ୍ୟକ୍ତିଙ୍କ ଘରକୁ ଯାଇ ଏହି ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଏହି ସମୟରେ ରେମୁଣା ବିଧାୟକ,ସଦର ତହସିଲଦାର, ବାଲେଶ୍ୱର ଜିଲ୍ଲା ପରିଷଦର ସଭାପତି ଓ ସଦର ବିଡିଓ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *