କାନାଡାରୁ ନିର୍ବାସିତ ହୋଇପାରନ୍ତି ୭୦୦ ଭାରତୀୟ ଛାତ୍ର !
କାନାଡାରେ ପଢୁଥିବା ଭାରତର ପାଖାପାଖି ୭୦୦ ଛାତ୍ର ବିତାଡିତ ହୋଇପାରନ୍ତି । ନକଲି ଅଫର ଲେଟର ମାଧ୍ୟମରେ ଆଡମିଶନ କରିଥିବା ଅଭିଯୋଗ ଲାଗିଛି । ତେଣୁ ସେଠିକାର ସରକାର ସେମାନଙ୍କୁ ବାହାର କରିବାକୁ ଯୋଜନା କରୁଛି । କାନାଡ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଭାରତୀୟ ଛାତ୍ର ଧାରଣାରେ ବସିଛନ୍ତି । ଏହି ଧାରଣା କାନାଡା ବର୍ଡର ସର୍ଭିସ ଏଜେନ୍ସୀ ମୁଖ୍ୟାଳୟ ସାମ୍ନାରେ ଦେଉଛନ୍ତି ଭାରତୀୟ ଛାତ୍ର । ଭାରତୀୟ ଛାତ୍ରଙ୍କ କହିବାନୁଯାୟୀ, ସେମାନେ କିଛି ଭୁଲ୍ କରିନାହାନ୍ତି । ସେମାନେ ଠକାମୀର ଶିକାର ହୋଇଛନ୍ତି ।
ପଞ୍ଜାବର ଏନଆରଆଇ ମାମଲାରେ ମନ୍ତ୍ରୀ କୁଲଦୀପ ସିଂ ଧାଲିୱାଲ କେନ୍ଦ୍ର ସରକରଙ୍କୁ ୭୦୦ ଜଣ ଭାରତୀୟ ଛାତ୍ର ମାମଲାକୁ ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି । ଏହି ଛାତ୍ରମାନଙ୍କ ମଧ୍ୟରେ ଅଧିକାଂଶ ପଞ୍ଜାବୀ ରହିଛନ୍ତି । ସେମାନେ ସମସ୍ତେ କାନାଡରେ ଇମିଗ୍ରେସନ ଫ୍ରଡ୍ରେ ଫସି ନିର୍ବାସନ ହେବାକୁ ବସିଛନ୍ତି । ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କୁ ଏକ ଚିଠି ଲେଖିଛନ୍ତି ଧଲିୱାଲ ।
ଏହାସହିତ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରିଛନ୍ତି । ଛାତ୍ରମାନଙ୍କୁ ଧୋକା ଦେଇଥିବା ଟ୍ରାଭେଲ ଏଜେଣ୍ଟକୁ ଦଣ୍ଡ ଦେବାକୁ କେନ୍ଦ୍ର ପଞ୍ଜାବ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ସେ କହିଛନ୍ତି ।
ଧଲିୱାଲ ପଞ୍ଜାବର ଲୋକଙ୍କୁ କହିଛନ୍ତି, ଯେଉଁ ବ୍ୟକ୍ତି ନିଜ ପିଲାଙ୍କୁ ବିଦେଶ ପଢିବା ପାଇଁ ପଠାଉଛନ୍ତି, ସେମାନେ ପ୍ରଥମେ କଲେଜର ସମସ୍ତ ବିବରଣୀ ଏବଂ ଟ୍ରାଭେଲ ଏଜେଣ୍ଟର ରେକର୍ଡ ନିଶ୍ଚିତ ଭାବେ ଯାଞ୍ଚ କରନ୍ତୁ ।
ଯୁକ୍ତ ୨ ପାସ୍ କରିବା ପରେ ପ୍ରାୟ ୭୦୦ ଭାରତୀୟ ଛାତ୍ର ଭିସା ଜଳନ୍ଧର ଏଜୁକେସନ ମାଇଗ୍ରେସନ ସର୍ଭିସ ଦ୍ୱାରା ବ୍ରିଜେଶ ମିଶ୍ର ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ ।