ବାବା ବାଗେଶ୍ୱରଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଡାକ୍ତରୀ ଛାତ୍ରୀ ଶିବରଞ୍ଜନୀ ତିୱାରୀ
ମଧ୍ୟ ପ୍ରଦେଶର ବାଗେଶ୍ୱର ଧାମ କଥାବାଚକ ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ଅନେକ ସମୟରେ ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ବାବା ବାଗେଶ୍ୱରଙ୍କ ବିବାହକୁ ନେଇ ବି ଅନେକ ସମୟରେ ଚର୍ଚ୍ଚା, ଆଲୋଚନା ହୋଇଥାଏ। ବର୍ତ୍ତମାନ ଶିବରଞ୍ଜନୀ ତିୱାରୀ ନାମ୍ନୀ ଯୁବତୀଙ୍କ କାରଣରୁ ବାବା ବାଗେଶ୍ୱରଙ୍କ ବିବାହ ଖବର ପୁଣିଥରେ ଚର୍ଚ୍ଚାକୁ ଆସିଛି।
ଶିବରଞ୍ଜନୀ ତିୱାରୀ ବାବା ବାଗେଶ୍ୱରଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଗଙ୍ଗୋତ୍ରୀ ଧାମରୁ ବାଗେଶ୍ୱର ଧାମ ପର୍ଯ୍ୟନ୍ତ ଏକ ପଦଯାତ୍ରାରେ ବାହାରିଛନ୍ତି। ସେ ଜୁନ୍ ୧୬ରେ ବାଗେଶ୍ୱର ଧାମରେ ପହଞ୍ଚିବେ। ନିକଟରେ ତାଙ୍କୁ ତାଙ୍କ ପଦଯାତ୍ରା ସମୟରେ ଆହ୍ଲାବାଦ ଏବଂ ଚିତ୍ରକୂଟରେ ସନ୍ଥମାନଙ୍କ ସହିତ ଦେଖିବାକୁ ମିଳିଥିଲା।
ବାବା ବାଗେଶ୍ୱର ଧାମର ମୁଖ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିବା ଶିବରଞ୍ଜନୀ ଡାକ୍ତରୀ ପାଠ ପଢ଼ୁଛନ୍ତି। ସେ ଏମ୍ବିବିଏସ୍ର ଛାତ୍ରୀ। ଏଥି ସହିତ ସେ ଜଣେ ୟୁଟ୍ୟୁବର୍ ଏବଂ ଭଜନ ଗାୟିକା ମଧ୍ୟ। ମଧ୍ୟ ପ୍ରଦେଶର ସିବନିରେ ତାଙ୍କ ଘର।
ବାବାଙ୍କ ପ୍ରତି ଶିବରଞ୍ଜନୀ ଏତେ ଆକୃଷ୍ଟ ଯେ ତାଙ୍କୁ ବିବାହ କରିବା ପାଇଁ ଗଙ୍ଗୋତ୍ରୀରୁ ଗଙ୍ଗାଜଳ ଭର୍ତ୍ତି କଳସ ମୁଣ୍ଡାଇ ପଦଯାତ୍ରାରେ ବାହାରିଛନ୍ତି। ଖାସ୍ କଥା ହେଉଛି, ତାଙ୍କ ବାପା ଏବଂ ଭାଇ ମଧ୍ୟ ଶିବରଞ୍ଜନୀଙ୍କ ସହ ପଦଯାତ୍ରା କରୁଛନ୍ତି। ତାଙ୍କର ଆଶା ରହିଛି ଯେ ସେ ନିଶ୍ଚିତ ଭାବରେ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ଭେଟିବେ।