ୟୁକ୍ରେନ୍‌ ଉପରେ ବଡ଼ ଆକ୍ରମଣ, ବିସ୍ଫୋରଣରେ ଉଡ଼ାଇଲା ଡ୍ୟାମ୍‌; ବନ୍ୟା ଆଶଙ୍କା

Spread the love

ଭୁଶୁଡିଲା ଡ୍ୟାମ୍। ବିସ୍ଫୋରଣରେ ଡ୍ୟାମ୍ ଛାରଖାର। ଚାରିଆଡେ ଜଳପ୍ରଳୟ। ୟୁକ୍ରେନରେ ରୁଷ୍‌ ଅଧିକୃତ ଖେରସନରେ ଥିବା କାଖୋଭକା ଡ୍ୟାମକୁ ବିସ୍ଫୋରଣରେ ଉଡାଇଲା ରୁଷ୍‌। ଏହି ଅଭିଯୋଗ କରିଛନ୍ତି ୟୁକ୍ରେନ୍ ସର୍ଦ୍ଦର୍ଣ୍ଣ ଅପରେସନାଲ୍ କମାଣ୍ଡ।

ୟୁକ୍ରେନ୍ ସେନା ଅୠିଯୋଗ କରିଛି, ନିପ୍ରୋ ନଦୀରେ ଥିବା କାକୋଭସ୍କା ହାଇଡ୍ରୋଇଲେକ୍ଟ୍ରିକ ପାଓ୍ଵର ପ୍ଲାଣ୍ଟର ଏହି ଜଳଭଣ୍ଡାରକୁ ରୁଷ ସେନା ଟାର୍ଗେଟ କରିଛି। ଖେରସନରେ ଥିବା ଡ୍ୟାମରେ ବିସ୍ଫୋରଣ କରିଛି ରୁଷ। ଏହାପରେ ଚାରିଆଡେ ମାଡ଼ି ଯାଇଛି ପାଣି। ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା ପରିସ୍ଥିତି।

ଡ୍ୟାମ ଧ୍ୱଂସ ହେବା ଫଳରେ ତଳିଆ ଅଞ୍ଚଳର ବହୁ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି। ଧୀରେ ଧୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରାଯାଉଛି। ପାଖାପାଖି ୧୬ ହଜାର ଲୋକ ପ୍ରଭାବିତ ହେବା ଆଶଙ୍କା ରହିଛି।

ନିପ୍ରୋ ନଦୀ ଉପରେ ରହିଛି କାଖୋଭକା ଡ୍ୟାମ୍। ଏହି ବିସ୍ଫୋରଣ ଘଟଣା ପରେ ଜରୁରିକାଳୀନ ବୈଠକ ଡାକିଛନ୍ତି ରାଷ୍ଟ୍ରପତି ଜେଲେନସ୍କି। ଏହି ଡ୍ୟାମରୁ ପାଣି ବ୍ୟବହାର କରିଥାଏ ଜାପୋରଝିଆ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ। ରିଆକ୍ଟ ଶୀତଳୀକରଣ ପାଇଁ କାଖୋଭକା ଡ୍ୟାମରୁ ପାଣି ନେଉଥିଲା ଜାପୋରଝିଆ ନ୍ୟୁକ୍ଲିୟର ପ୍ଲାଣ୍ଟ। ୟୁକ୍ରେନ ଦାବି କରିଛି, ଆଗକୁ ଅନ୍ୟାନ୍ୟ ଡ୍ୟାମକୁ ଟାର୍ଗେଟ କରିବାକୁ ଯୋଜନା କରିଛି ରୁଷ୍।

ୟୁକ୍ରେନ୍‌ର ଗୃହ ମନ୍ତ୍ରଣାଳୟ ନଦୀର ଡାହାଣ ଉପକୂଳରେ ଅବସ୍ଥିତ ୧୦ ଗାଁ ଏବଂ ଖେରସନ ସହରର କିଛି ଭାଗର ଲୋକଙ୍କୁ ନିଜର ଜରୁରୀ ଜିନିଷପତ୍ର ଓ ଗୃହପାଳିତ ପଶୁଙ୍କ ସହିତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଅପିଲ୍‌ କରିଛି।

Leave a Reply

Your email address will not be published. Required fields are marked *