ଖେଳୁ ଖେଳୁ ବୋରୱେଲ ଭିତରେ ଖସିପଡ଼ିଲା ଅଢ଼େଇ ବର୍ଷର ଶିଶୁକନ୍ୟା, ଚାଲିଛି ଉଦ୍ଧାର କାର୍ଯ୍ୟ

Spread the love

ବୋରୱେଲ ଭିତରେ ଖସିପଡ଼ିଛି ଅଢ଼େଇ ବର୍ଷର ଏକ ଶିଶୁକନ୍ୟା। ଖୋଲା ପଡ଼ିଥିବା ୩୦୦ ଫୁଟ୍‌ ଗଭୀରର ଏହି ବୋରୱେଲରେ ଶିଶୁକନ୍ୟାଟି କୌଣସି ମତେ ଖସି ପଡ଼ିଥିବା ଜଣାପଡ଼ିଛି। ଘଟଣାଟି ମଧ୍ୟ ପ୍ରଦେଶର ସିହୋର ଜିଲ୍ଲାର ବଡ଼ ମୁଙ୍ଗାଭଲି ଗ୍ରାମରେ ଘଟିଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ଶିଶୁକନ୍ୟାଟି ଖେଳୁଥିବା ସମୟରେ ଏହି ଘଟଣା ଘଟିଛି।

ଘଟଣା ବିଷୟରେ ଜଣାପଡିବା ମାତ୍ରେ ବହୁ ସଂଖ୍ୟକ ଲୋକ ଦୁର୍ଘଟଣାସ୍ଥଳରେ ଏକାଠି ହୋଇଥିଲେ। ଏଥିସହ ଗ୍ରାମବାସୀ ତୁରନ୍ତ ଏ ନେଇ ପ୍ରଶାସନକୁ ଖବର ଦେଇଥିଲେ। ତତକ୍ଷଣାତ୍ ଜିଲ୍ଲା ମୁଖ୍ୟାଳୟର ପ୍ରଶାସନିକ ଅଧିକାରୀଙ୍କ ସହ ଏନ୍‌ଡିଆର୍‌ଏଫ୍‌ର ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସାଙ୍ଗରେ ଅକ୍ସିଜେନ୍‌ ସିଲିଣ୍ଡର ନିଆଯାଇଛି।

ସୂଚନା ଅନୁସାରେ, ନିଜ ଘର ନିକଟସ୍ଥ ଚାଷଜମିରେ ରାନୀ ନାମ୍ନୀ ଅଢ଼େଇ ବର୍ଷର ଶିଶୁକନ୍ୟା ଖେଳୁଥିଲା। ଏହି ସମୟରେ ସେ ୩୦୦ ଫୁଟ୍‌ ଗଭୀରର ବୋରୱେଲ ଭିତରେ ଖସି ପଡ଼ିଥିଲା। ଏହି ବୋରୱେଲ ତିନିମାସ ପୂର୍ବେ ପଡୋଶୀଙ୍କ ଦ୍ୱାରା ଖୋଳା ଯାଇଥିଲା। ଘଟଣା ମଙ୍ଗଳବାର ଅପରାହ୍ନ ୨ଟା ୪୫ ମିନିଟ୍‌ର ବୋଲି କୁହାଯାଉଛି। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave a Reply

Your email address will not be published. Required fields are marked *