ଆରବସାଗରରେ ଅବପାତର ରୂପ ନେଲା ଲଘୁଚାପ
ଆସୁଛି ବାତ୍ୟା । ଆରବସାଗରରେ ଦାନା ବାନ୍ଧିବ ସାଇକ୍ଲୋନ୍ । ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟି ଲଘୁଚାପ ଆଜି ଅବପାତର ରୂପ ନେଇଛି । ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ । ଉତ୍ତର ଦିଗରେ ଗିତି କରିବ ଡିପ୍ରେସନ୍ । ପରବର୍ତ୍ତୀ ୨୪ ଘଣ୍ଟାରେ ଅବପାତ ବାତ୍ୟାର ରୂପ ନେଇପାରେ । ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନ ଅବପାତ ଗୋଆ ଉପକୂଳରୁ ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ୯୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ।