ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଏବଂ ବସ୍ ମୁହାଁମୁହିଁ ଧକ୍କା, ୬ ମୃତ
ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା କାନ୍ପା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ୍ ଏବଂ କାର ଧକ୍କା ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟ ହୋଇଛି। କାର୍ଟି ନାଗପୁରରୁ ନାଗଭିଡ଼ ଅଭିମୁଖେ ଯାଉଥିବା ବେଳେ ରବିବାର ଅପରାହ୍ଣ ପ୍ରାୟ ୪ଟା ବେଳେ ଚନ୍ଦ୍ରପୁର ଜିଲ୍ଲା ଅନ୍ତର୍ଗତ କାନ୍ପା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା।
କାରଟି ଗତକାଲି ନାଗପୁରରୁ ନାଗଭିଡ଼ ଅଞ୍ଚଳକୁ ଯାଉଥିବା ବେଳେ ସେଥିରେ ୬ ଜଣ ଥିଲେ। ମାତ୍ର କାନ୍ପା ଗାଁ ନିକଟରେ କାରଟି ବିପରୀତ ଦିଗରୁ ଆସୁଥିବା ଏକ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନିକଟସ୍ଥ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେମାନଙ୍କ ମୃତ୍ୟୁ ହୋଇଥିଲା ବୋଲି ପୋଲିସ କହିଛି ।ଗୋଟେ ଦୁର୍ଘଟଣାର ଛବି ଲୋକଙ୍କ ମନରୁ ଲିଭିନଥିବା ବେଳେ ଆଉ ଗୋଟେ ଦୁର୍ଘଟଣା ସମସ୍ତଙ୍କୁ ବିଚଳିତ କରିଛି ।
ସୂଚନାଯୋଗ୍ୟ, ଓଡିଶା ବାଲେଶ୍ୱରର ବାହାନଗାରେ ହୋଇଥିବା କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ୨୭୫ ଜୀବନ ଚାଲିଯାଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଥିଲେ । ଏହି ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି । ସମସ୍ତ ବିଶ୍ୱ ନେତା ଏହାକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ।