111 3 750x430

ସିରିଆ ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ଆଲେପ୍ପୋ ସହର

Spread the love

ନୂଆଦିଲ୍ଲୀ : ସିରିଆର ବିରୋଧୀ ସେନା ଦେଶର ଦ୍ୱିତୀୟ ବୃହତ୍ତମ ସହର ଆଲେପ୍ପୋର ଅଧିକାଂଶ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଛି।୨୦୧୬ରେ ଗୃହଯୁଦ୍ଧ ସମୟରେ ସରକାରୀ ବାହିନୀ ନିୟନ୍ତ୍ରଣକୁ ଫେରିବା ପରେ ପ୍ରଥମ ଥର ପାଇଁ ସିରିଆ ବିଦ୍ରୋହୀମାନେ ଆଲେପ୍ପୋର ଅନେକ ସହରକୁ ନିୟନ୍ତ୍ରଣକୁ ନେଇଥିବା ସୂଚନା ମିଳିଛି।
ଏକ ଭିଡିଓ ଅନୁଯାୟୀ, ଶନିବାର ସକାଳ ସୁଦ୍ଧା ବିଦ୍ରୋହୀ ଲଢୁଆମାନେ ସହରର ଏକ ବିଶାଳ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ବିଦ୍ରୋହୀ ଯୋଦ୍ଧାମାନେ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପଇଁତରା ମାରୁଛନ୍ତି ଓ ସଶସ୍ତ୍ର ଲୋକମାନେ ବିରୋଧୀ ପତାକା ଉତ୍ତୋଳନ କରିବା ସହ ଆରବୀ ଭାଷାରେ “ଭଗବାନ ମହାନ” ବୋଲି ସ୍ଲୋଗାନ ଦେଉଛନ୍ତି।
ସୂଚନା ଅନୁଯାୟୀ, ସହରର ଉତ୍ତର-ପୂର୍ବ ଭାଗର କିଛି ଅଞ୍ଚଳ ସରକାରୀ ବାହିନୀ ଏବଂ ଇରାନୀ ମିଲିସିଆ ସହଯୋଗୀଙ୍କ ନିୟନ୍ତ୍ରଣରେ ରହିଛି। ସିରିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଆଲେପ୍ପୋ ଆକ୍ରମଣରେ ଡଜନାଧିକ ସୈନିକ ନିହତ ହୋଇଛନ୍ତି। ତେବେ ବିଦ୍ରୋହୀମାନେ ସିରିଆ ସେନାର ସାମାନ୍ୟ ପ୍ରତିରୋଧର ସମ୍ମୁଖୀନ ହୋଇଥିବା ଜଣାପଡିଛି। ଜବାବରେ ରୁଷୀୟ ବାୟୁସେନା ଶୁକ୍ରବାର ଆଲେପ୍ପୋ ଏବଂ ଇଦ୍ଲିବ ପ୍ରଦେଶରେ ସିରିଆର ସଶସ୍ତ୍ର ବିରୋଧୀ ବାହିନୀ ଉପରେ ଆକାଶମାର୍ଗରୁ ଆକ୍ରମଣ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *