Sudarshana Cbi Probe 750x430

ରତ୍ନଭଣ୍ଡାରର ସିବିଆଇ ତଦନ୍ତ ଦାବି କଲେ ସୁଦର୍ଶନ

Spread the love

ପୁରୀ: ଥମୁନି ରତ୍ନଭଣ୍ଡାର ପ୍ରସଙ୍ଗ । ଅନେକ ତର୍କ ବିତର୍କ ପରେ ଜୁଲାଇ ୧୪ ରେ ରତ୍ନଭଣ୍ଡାର ଖୋଲାଯାଇଥିଲା । ସବୁ କିଛିର ଯାଞ୍ଚ କରି ଅଳଙ୍କାରମାନ ସ୍ଥାନାନ୍ତରିତ କରିଥିଲେ ଯାଞ୍ଚ କମିଟି ସଦସ୍ୟ । ହେଲେ ଏବେ ବି ଅନେକ କିଛି ଉପରୁ ପରଦା ହଟିନି ବୋଲି ସାଧାରଣରେ ଚର୍ଚ୍ଚା । ଯାହାକୁ ନେଇ ପୁଣି ଭିତର ରତ୍ନଭଣ୍ଡାର ଯାଞ୍ଚ ନେଇ ନିଷ୍ପତ୍ତି କରିଥିଲେ ଯାଞ୍ଚ କମିଟି । ଯାହା ଉପରେ ଗତକାଲି ପରିଚାଳନା କମିଟିର ମୋହର ବାଜିବା ସହିତ ଏନେଇ ଏକ ଏସଓପି ପ୍ରସ୍ତୁତ କରାଯାଇଛି ।

ତେବେ ଭିତର ରତ୍ନଭଣ୍ଡାରକୁ ନେଇ ଉଠିଥିବା ସବୁ ଚର୍ଚ୍ଚାର ସତ୍ୟାସତ୍ୟତା କେତେ ସେନେଇ ଆଉ ଥରେ ଯାଞ୍ଚ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏହାରି ଭିତରେ ବୈଠକରେ ରତ୍ନଭଣ୍ଡାରର ସିବିଆଇ ତଦନ୍ତ ଦାବି କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଯୋଗଦେଇ ରତ୍ନଭଣ୍ଡାର ପ୍ରସଙ୍ଗରେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ସୁଦର୍ଶନ।

ଏନେଇ ସୁଦର୍ଶନ କହିଛନ୍ତି,  ଜୁଲାଇ ୧୪ ତାରିଖରେ ପ୍ରଥମ ଥର ପାଇଁ ରତ୍ନଭଣ୍ଡାର ଖୋଲିବା ସମୟରେ ଭିତର ରତ୍ନ ଭଣ୍ଡାର ୩ଟି ତାଲା ମଧ୍ୟରୁ ଗୋଟିଏ ସିଲ୍‌ ଥିବାବେଳେ ଦୁଇଟି ତାଲାରେ ସିଲ୍‌ ବା ଜଉମୁଦ ନ ଥିଲା। ଯାହାକୁ ନେଇ ଭକ୍ତଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଉକ୍ତ ଘଟଣାର ସିବିଆଇ ତଦନ୍ତ କରାଯିବାକୁ ଅନୁରୋଧ କରାଯାଉ ବୋଲି ସୁଦର୍ଶନ ଦାବି କରିଛନ୍ତି। ଅନ୍ୟପଟେ ଭିତର ରତ୍ନଭଣ୍ଡାର ରହସ୍ୟ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ, ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ସନ୍ଦେହକୁ ଦୂର କରିବା ସହ ଏହାର ବାସ୍ତବତା ସାମ୍ନାକୁ ଆସିବା ନିମନ୍ତେ ସରକାର ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ। ଫଳରେ କେଉଁ ମସିହାରେ ରତ୍ନଭଣ୍ଡାର ଶ୍ରୀମନ୍ଦିରରେ ନିର୍ମାଣ କରାଯାଇଥିଲା, କେବେ ରତ୍ନଭଣ୍ଡାର ଖୋଲାଯାଇଥିଲା ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ ବହୁ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି କହି ପ୍ରସ୍ତାବ ରଖିଛନ୍ତି ସୁଦର୍ଶନ।

Leave a Reply

Your email address will not be published. Required fields are marked *