Image 1722568238

ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

Spread the love

ବାଲେଶ୍ୱର: ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ(SE) ପ୍ରଭାସ ପ୍ରଧାନଙ୍କ ଅଫିସ ଓ ଘରେ ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ। ବାଲେଶ୍ୱରର ୭ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢ଼ାଉ ଜାରି ରହିଛି।

ତେବେ ଏହି ଚଢାଉରେ ଏକାଧିକ ଅଫିସର ସାମିଲ ଅଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱରର ଅଫିସ ସମେତ ୭ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢ଼ାଉ କରିଛି। ୨ ଡିଏସପି, ୪ ଇନସ୍ପେକ୍ଟରଙ୍କ ନେତୃତ୍ବରେ ଚଢାଉ କରାଯାଇଥିବା ସୂଚନା ରହିଛି।

ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ତାଙ୍କର ରହିଛି ୧୦୬ ଟି ପ୍ଲଟ୍। କେବଳ ପ୍ଲଟ ନୁହେଁ, ଏକାଧିକ ଫ୍ଲାଟ ଓ ଘର ବି କରିଛନ୍ତି ବାବୁ। ଆଜି ସକାଳୁ ସକାଳୁ ହୋଇଥିବା ଚଢ଼ାଉରେ ବାବୁଙ୍କ ଏପରି ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ। ଏସବୁ ଅମାପ ସମ୍ପତ୍ତିର ମାଲିକ ହେଉଛନ୍ତି ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ। ଭଦ୍ରକ ବାଲେଶ୍ୱର ଓ ମୟୂରଭଞ୍ଜ ଭିଜିଲାନ୍ସର ୮ ଜଣିଆ ଟିମ୍ ପ୍ରଭାସଙ୍କ ବାଲେଶ୍ୱରରେ ଥିବା ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି।

ଓଡ଼ିଶାରେ ଅଧିକ୍ଷଣ ଯନ୍ତ୍ରୀଙ୍କର ୮୮ଟି ପ୍ଲଟ ଠାବ ହୋଇଥିବା ବେଳେ  ପଶ୍ଚିମବଙ୍ଗରେ ରହିଛି ୧୮ ଟି ପ୍ଲଟ୍। ଚଢ଼ାଉ ବେଳେ ପ୍ରଭାସଙ୍କ ଘରୁ ନଗଦ ୧୦ରୁ ୧୫ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ଚଢ଼ାଉ ଜାରି ରହିଥିବା ବେଳେ ବାବୁଙ୍କର ସମସ୍ତ ସମ୍ପତିର ଆକଳନ କରାଯାଇପାରି ନାହିଁ। ଏଥିସହ ଭିଜିଲାନ୍ସ ଟିମ୍ ବାଲେଶ୍ୱରର କିଛି ଠିକାଦାରଙ୍କ ଘରେ ଚଢ଼ାଉ କରିଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *