Pm Modi Russia

ମସ୍କୋରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର

Spread the love

ମସ୍କୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରୁଷିଆ ଏବଂ ଅଷ୍ଟ୍ରିଆ ଗସ୍ତରେ ଯାଇ ମସ୍କୋରେ ପହଞ୍ଚିଛନ୍ତି। ମସ୍କୋରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ୨୨ତମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଅଂଶଗ୍ରହଣ କରିବେ।

ରୁଷିଆର ଉପମୁଖ୍ୟମନ୍ତ୍ରୀ ଡେନିସ୍ ମଣ୍ଟୁରୋଭ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି। ଏହା ପରେ ମଣ୍ଟୁରୋଭ ପିଏମ ମୋଦୀଙ୍କୁ ତାଙ୍କ କାରରେ ହୋଟେଲକୁ ନେଇଥିଲେ।

କାର୍ଯ୍ୟକ୍ରମ ଅନୁଯାୟୀ ଆଜି ପ୍ରଧାନମନ୍ତ୍ରୀ ମୋଦୀ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ବୈଠକରେ ଯୋଗଦେବେ। ଏହା ପରେ ଉଭୟ ନେତା ରାତ୍ରୀ ଭୋଜନ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୮ ରୁ ଜୁଲାଇ ୯ ପର୍ଯ୍ୟନ୍ତ ରୁଷିଆ ଗସ୍ତରେ ଅଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ୨୨ ତମ ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀରେ ଉଭୟ ନେତା ଯୋଗଦେବେ। ଶିଖର ସମ୍ମିଳନୀରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ରରେ ବାଣିଜ୍ୟ ବୃଦ୍ଧି ଉପରେ ମୋଦୀ ପୁଟିନଙ୍କ ସହ ଆଲୋଚନା କରିବେ। ରୁଷିଆ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦୀ ଅଷ୍ଟ୍ରିଆ ଗସ୍ତ କରିବେ।

Leave a Reply

Your email address will not be published. Required fields are marked *