Pradeep

୫ଟି ନାଆଁରେ ଓଡ଼ିଶାରେ ଯେଉଁ ଲୁଟ୍ ହୋଇଛି, ତାର ହିସାବ ମାଗିବୁ: ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

Spread the love

ବରଗଡ଼: ୫ଟି ନାଆଁରେ ଓଡ଼ିଶାରେ ଯେଉଁ ଲୁଟ୍ ହୋଇଛି, ତାର ହିସାବ ମାଗିବୁ। ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ଗତ ୨୪ ବର୍ଷ ଭିତରେ ଓଡ଼ିଶାର ଖଣିଖାଦାନକୁ ଯେଉଁ ଭଳି ଲୁଟ୍ କରାଯାଇଛି, ବିଜେପି ତାର ହିସାବ ମାଗିବ।

ଆଜି ଅତାବିରାଠାରେ କୃଷକ ରାଜ୍ୟ ସଂଗଠନ ପକ୍ଷରୁ ପ୍ରଦତ୍ତ ସମ୍ବର୍ଦ୍ଧନା ଅବସରରେ ସାଂସଦ ପ୍ରଦୀପ ପୁରୋହିତ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ବିଜେଡି ପୁଣି କ୍ଷମତାକୁ ନ ଆସିଲେ, ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ନ ହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି ଘୋଷଣା କରିଥିଲେ ପାଣ୍ଡିଆନ। କିନ୍ତୁ ପାଣ୍ଡିଆନ ସନ୍ନ୍ୟାସ ନେଲେ ଚଳିବ ନାହିଁ। ତାଙ୍କୁ ୫ଟି ନାଆଁରେ ଲୁଟର ହିସାବ ଦେବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *