Rain

ଘଡଘଡି, ବିଜୁଳି ସହ ବର୍ଷା ସମ୍ଭାବନା ନେଇ ୧୯ଟି ଜିଲ୍ଲାରେ କାଳବୈଶାଖୀ ସତର୍କତା

Spread the love

ଭୁବନେଶ୍ଵର: ରାଜ୍ୟରେ କାଳବୈଶାଖୀ ହେବା ନେଇ ସତର୍କ କରାଇଲା ଆଞ୍ଚଳିକ ପାଣିପାଗ ବିଭାଗ। କାଳବୈଶାଖୀ ପ୍ରଭାବରେ ଘଡଘଡି, ବିଜୁଳି ସହ ବର୍ଷା ହେବ ସମ୍ଭାବନା ରହିଛି। ତେଣୁ ଏନେଇ ୧୯ଟି ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ। ଏହି ସମୟରେ ୩୦-୪୦ କିମି ବେଗରେ ପବନ ବୋଲି ଅନୁମାନ କରାଯାଉଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

ରାଜ୍ୟରେ ୧୯ ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଏହାର ପ୍ରଭାବରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର,ମୟୂରଭଞ୍ଜରେ ଘଡଘଡି, ବିଜୁଳି ସହ ବର୍ଷା ହେବା ସମ୍ଭାବନା ରହିଛି। କାଳବୈଶାଖୀ ସମୟରେ ଜନସାଧାରଣଙ୍କୁ ବାହାରେ ଥିଲେ ନିରାପଦ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ରାଜ୍ୟରେ ଆହୁରି ୪ ରୁ ୫ ଦିନ ଯାଏଁ ଉତ୍ତର ସହ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ସୂଚନା ରହିଛି। ବିଶେଷ କରି ଉପକୂଳ ଓଡିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ। ବାଲେଶ୍ୱର, ନୟାଗଡ଼, ଜଗତସିଂହପୁର, ଖୋର୍ଦ୍ଧା ଜିଲାରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର ନୂଆପଡ଼ା, ବଲାଙ୍ଗୀର, ଗଜପତି, ଗଞ୍ଜାମ ଜିଲାରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।

Leave a Reply

Your email address will not be published. Required fields are marked *