Cs

ରାଜ୍ୟରେ ବିଏସ୍‌କେଓ୍ବାଇ ଯୋଜନା ଚାଲୁ ରହିଛି: ମୁଖ୍ୟ ଶାସନ ସଚିବ

Spread the love

ଭୁବନେଶ୍ବର: ରାଜ୍ୟରେ ବିଏସକେଓ୍ବାଇ କାର୍ଡ ଚାଲୁ ରହିଛି । କୌଣସି ହସ୍ପିଟାଲରେ ରୋଗୀଙ୍କୁ ଏଥିପାଇଁ ଅବହେଳା କରି ପାରିବେ ନାହିଁ। ଚିକିତ୍ସା କିମ୍ୱା ଡିସଚାର୍ଜ ମଧ୍ୟ କରି ପାରବେ ନାହିଁ। କିଛି ଅସୁବିଧା ହେଲେ ସ୍ୱାସ୍ଥ୍ୟ ବିଭାଗର ହେଲ୍ପ ଲାଇନ ନମ୍ୱରରେ ଜଣାଇ ପାରିବେ। ଏନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା  ।

ଚଳିତ ନିର୍ବାଚନରେ ପଟ ବଦଳିଛି  ଓଡିଶାର ରାଜ୍ୟ ରାଜନୀତିରେ  । ବିଜେଡି ହାତରୁ କ୍ଷମତା ଯିବା ପରେ ଗତକାଲି ବିଏସକେଓ୍ବାଇ ବନ୍ଦ ହୋଇଯାଇଥିବା ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଥିଲା  । ଏମିତିକି କିଛି ଘରୋଇ ହସ୍ପିଟାଲ ରୋଗୀ ମାନଙ୍କୁ ଫେରାଇ ଦେଉଥିବା ଅଭିଯୋଗ ମଧ୍ୟ ହୋଇଥିଲା ।ଏହାରି ଭିତରେ  ଭିଡିଓ ବାର୍ତ୍ତା ଜରିଆରେ ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି  ମୁଖ୍ୟ ସଚିବ ପ୍ରଦୀପ ଜେନା ।

ସେ କହିଛନ୍ତି ବିଏସ୍‌କେଓ୍ବାଇ ଯୋଜନା ବର୍ତମାନ ପ୍ରଚଳିତ ରହିଛି । ଯେପର୍ଯ୍ୟନ୍ତ ନୂତନ ସରକାର ଏ ସମ୍ପର୍କରେ ନିଷ୍ପତ୍ତି ନେଇ ନାହାଁନ୍ତି । ସେପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ । ବିଏସ୍‌କେଓ୍ବାଇ ହିତାଧିକାରୀଙ୍କୁ ହସ୍ପିଟାଲଗୁଡ଼ିକ ଅବହେଳା କରିପାରିବେ ନାହିଁ କି ଡିସ୍‌ଚାର୍ଜ କରିପାରିବେ ନାହିଁ।

ବିଏସ୍‌କେଓ୍ବାଇ କାର୍ଡ ପାଇଁ ରୋଗୀଙ୍କୁ ମଧ୍ୟ ଫେରାଇବେ ନାହିଁ । ଯଦି କୌଣସି ମେଡିକାଲ ଗୋଗୀଙ୍କୁ ଅବହେଳା କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ  ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ।

Leave a Reply

Your email address will not be published. Required fields are marked *