ରାସାୟନିକ କାରଖାନାରେ ଭୟଙ୍କର ବିସ୍ଫୋରଣ, ୬ ଆହତ

Spread the love

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମରେ ଥିବା ଏକ ରାସାୟନିକ କାରଖାନାରେ ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ୬ଜଣ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ତିନିଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି।

ସୂଚନାନୁସାରେ, ଗଞ୍ଜାମର ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ରାସାୟନିକ କାରଖାନାରେ ଏହି ବିସ୍ଫୋରଣ ଘଟିଥିଲା। ଏହି କେମିକାଲ୍ ଫ୍ୟାକ୍ଟ୍ରିକୁ ସଂଯୋଗ କରୁଥିବା କ୍ଲୋରିକ୍ ଏସିଡ୍ ପାଇପ୍ ଫାଟି ଏହି ଅଘଟଣ ଘଟିଛି। ତେବେ ଉକ୍ତ ଘଟଣାରେ ୬ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗୁରୁତର ଆହତମାନଙ୍କୁ ପ୍ରଥମେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ବ୍ରହ୍ମପୁରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଗୁରୁତର ଆହତମାନଙ୍କ ମଧ୍ୟରେ ଜଣେ ଯନ୍ତ୍ରୀ କେସବ ସାହୁ, ଉତ୍ପାଦନ ଇଞ୍ଜିନିୟର ସସିକାନ୍ତ ମହାରାଣା ଏବଂ ରାସାୟନିକ କାରଖାନାର ସୁପରଭାଇଜର ରାହୁଲ ଯାଦବ ବୋଲି ଜଣାପଡିଛି। ଖବର ପାଇ ପୋଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଥିସହ ଫ୍ୟାକ୍ଟ୍ରିରେ ଥିବା ଅନ୍ୟ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅନ୍ୟପଟେ କମ୍ପାନୀ ଏପର୍ଯ୍ୟନ୍ତ କୌଣସି ବୟାନ ଜାରି କରି ନଥିବାବେଳେ ସ୍ଥାନୀୟ ଲୋକମାନେ କାରଖାନାରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛନ୍ତି।

Leave a Reply

Your email address will not be published. Required fields are marked *